Latest Odisha News

BREAKING NEWS

ଇଂଟରଷ୍ଟେଟ୍ ବସ୍ ଟର୍ମିନାଲ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ । ଇଂଟରଷ୍ଟେଟ୍ ବସ ଟର୍ମିନାଲ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ । ଏଥିପାଇଁ ଆଜିଠାରୁ ବିଡିଏ ପକ୍ଷରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଆରମ୍ଭ ହୋଇଛି ଉଚ୍ଛେଦ କାମ । ୧୫.୦୫ ଏକର ସ୍ଥାନରେ ଇଂଟରଷ୍ଟେଟ୍ ବସ୍ ଟର୍ମିନାଲ ତିଆରି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

BjdElectrycity

ବ୍ରିଜ୍ ଆଣ୍ଡ ରୁଫସ୍ କମ୍ପାନୀ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହି ଟର୍ମିନାଲ ତଆରି ହେବ । ନୂଆ ବସ୍ ଟର୍ମିନାଲରେ ବିଦ୍ୟୁତ ଶକ୍ତି ନିରବଚ୍ଛିନ୍ନ ଭାବେ ଯୋଗାଇ ଦିଆଯିବ । ଏହାସହ ଅଗ୍ନିନିର୍ବାପକ ବ୍ୟବସ୍ଥା ସହ ଫାୟାର ଆଲରାମ ବ୍ୟବସ୍ଥା ମଧ୍ୟ ରହିବ ।

ଏଠାକୁ ଆସୁଥିବା ଯାତ୍ରୀଙ୍କ ସୁବିଧା ଲାଗି ଡିସ୍‌ପ୍ଲେ ବ୍ୟବସ୍ଥା କରାଯିବ । ସେହିପରି ସୋଲାର ପାୱାର ସିଷ୍ଟମ, ସ୍ୱେରେଜ ଟ୍ରିଟ୍‌ମେଂଟ ପ୍ଲାଂଟ, ଇଂଟରକମ୍ ଟେଲିକମ୍ ସିଷ୍ଟମ ଆଦି ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.