Latest Odisha News

ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ଆସନନରେ ଓଡ଼ିଆ ସାଂସଦ । ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ମହାମାରୀ ରୋଗ ସଂଶୋଧନ ବିଲ୍‌-୨୦୨୦ର ଆଲୋଚନା ବେଳେ ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବା ସହ ଗୃହକାର୍ଯ୍ୟ ପରିଚାଳନା କରିଥିଲେ ।

ଦକ୍ଷତା ଓ ସାଧୁତାର ସହ ଗୃହ ପରିଚାଳନା ପାଇଁ ସସ୍ମିତଙ୍କୁ ପ୍ରଶଂସା କରାଯାଇଛି ।  ଦୀର୍ଘ ୨୦ ବର୍ଷ ପରେ ରାଜ୍ୟସଭାର ଉପାଧ୍ୟକ୍ଷ ଆସନରେ ଦାୟିତ୍ୱ ତୁଲାଇଲେ ଜଣେ ଓଡିଆ । ଏହାସହ ରାଜ୍ୟସଭା ଉପାଧ୍ୟକ୍ଷ ଦାୟିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସସ୍ମିତ ଶ୍ରେୟ ଦେଇଛନ୍ତି । ଓଡ଼ିଶା ଓ ରାଜ୍ୟବାସୀଙ୍କ ପାଇଁ ଏହା ଗର୍ବର ବିଷୟ । ଏହା ପୂର୍ବରୁ ବିଜେଡି ସାଂସଦ ଭାବେ ସନାତନ ବିଶି ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବସିଥିଲେ।

Leave A Reply

Your email address will not be published.