Latest Odisha News

ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବ ପାନ ପତ୍ର !

ଭୁବନେଶ୍ୱର: ପାନ ପାତ୍ରକୁ ସାଧାରଣତଃ ସୁପରି ତଥା ଚୂନ ଆଦି ଦେଇ ଖିଆଯାଇଥାଏ । ନିୟମିତ ପାନ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ତେବେ କଣ ଆପଣ ଜାଣନ୍ତି ଏହି ପାନ ଆମ ଶରୀର ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ । ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି…

ସମସ୍ତେ ନିଜ ଶରୀରର ସୁନ୍ଦରତାକୁ ବଜାୟ ରଖିବାକୁ ଚାହାନ୍ତି। ଏଥିପାଇଁ ଶରୀରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି। ଏଥିପାଇଁ ଲୋକେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଉପରେ ଭରସା ମଧ୍ୟ କରୁଛନ୍ତି।

ତେବେ ଆପଣଙ୍କ ଶରୀର ସମ୍ବନ୍ଧିତ ଅନେକ ସମସ୍ୟାର ସମାଧାନ କରିବ ପାନ ପାତ୍ର ।

ମୁଖବ୍ରଣକୁ ଦୂର କରିବ ପାନ:

ମୁହଁରେ ହେଉଥିବା ବ୍ରଣକୁ ଦୂର କରିବାରେ ପାନ ସହାୟକ ହୋଇଥାଏ। ପାନରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ତ୍ୱଚାରେ ବ୍ରଣ ହେବାକୁ ଦିଏନାହିଁ। ପାନ ପତ୍ରକୁ ପେଷ୍ଟ କରି ସେଥିରେ ହଳଦୀ ମିଶାଇ ପେଷ୍ଟକୁ ମୁହଁରେ ଲଗାନ୍ତୁ। ୫ ମିନିଟ ରଖିବା ପରେ ଧୋଇଦିଅନ୍ତୁ। ନିୟମିତ ଏପରି କଲେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିବ।

ଦୂର ହେବ କେଶ ଝଡ଼ିବା ସମସ୍ୟା:

ପାନ ପତ୍ର ଆପଣଙ୍କ କେଶ ଝଡିବା ସମସ୍ୟାକୁ ଦୂର କରିଥାଏ। ଏଥିପାଇଁ ଆପଣ ପାନପତ୍ରକୁ ପେଷ୍ଟ କରି ସେଥିରେ ନଡିଆ ତେଲ ମିଶାଇ କେଶରେ ଲଗାନ୍ତୁ। ଏକ ଘଣ୍ଟା ରଖିବା ପରେ କେଶ ଧୋଇଦିଅନ୍ତୁ। ସପ୍ତାହକୁ ଦୁଇ ଥର କରିବା ପରେ ଆପଣ ଫରକ ଜାଣିପାରିବେ।

ଶୀତଦିନିଆ ରୁକ୍ଷ ତ୍ୱଚାରୁ ମୁକ୍ତି:

ଶୀତଦିନରେ ଶରୀରର ରୁକ୍ଷତା ସମସ୍ୟାରୁ ମୁକ୍ତି ପାଇବା ପାଇଁ ପାନ ପତ୍ର ବହୁତ ସହାୟକ ହୋଇଥାଏ। ଶୀତଦିନରେ ରୁକ୍ଷ ତ୍ୱଚା ଏବଂ ଶୁଷ୍କ ତ୍ୱଚା ସମସ୍ୟାରୁ ରକ୍ଷା ପାଇବା ପାଇଁ ପାନର ଦଶଟି ପତ୍ରକୁ ସିଝାଇ ସେହି ପାଣିରେ ଗାଧାନ୍ତୁ। ନିୟମିତ ଏଭଳି କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଥାଏ ।

Comments are closed.