Latest Odisha News

BREAKING NEWS

ଭାଭା ଆଟୋମିକ ଗବେଷଣା କେନ୍ଦ୍ରର ୨୪ ବର୍ଷୀୟ ବୈଜ୍ଞାନିକ ନିଖୋଜ

ମହୀଶୂର: ଭାଭା ଆଟୋମିକ ଗବେଷଣା କେନ୍ଦ୍ରର ଜଣେ ୨୪ ବର୍ଷୀୟ ବୈଜ୍ଞାନିକ ଗୁଲ୍ଲା ଅଭିଷେକ ରେଡ୍ଡୀ ନିଖୋଜ ଅଛନ୍ତି । ସେ ମହୀଶୁରରେ ଥିବା ଏହି କେନ୍ଦ୍ରରେ ରେୟାର ମାଟେରିୟାଲ୍ସ ପ୍ରୋଜେକ୍ଟ ଉପରେ କାମ କରୁଥିଲେ । ୪ ଦିନ ହେବ ଏହି ଯୁବ ଏବଂ ପ୍ରତିଭାବାନ ବୈଜ୍ଞାନିକ ନିଖୋଜ ଥିଲେ ମଧ୍ୟ ପୋଲିସ ତାଙ୍କ ବିଷୟରେ କିଛି ଖବର ସଂଗ୍ରହ କରିପାରି ନାହିଁ ।

ଭାଭା ରିସର୍ଚ୍ଚ ସେଂଟରରେ ନିଯୁକ୍ତି ମିଳିବା ପରେ ସେ ଆନ୍ଧ୍ରପ୍ରଦେଶର ଛିତୁର ଛାଡି ଏଠାକୁ ପଳାଇ ଆସିଥିଲେ । ତେବେ ସେ ମାନସିକ ଚାପଗ୍ରସ୍ତ ଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । କିଛି ଦିନ ତଳେ ତାଙ୍କ ବାପା ଏବଂ ମାଆଙ୍କ ଦେହାନ୍ତ ହୋଇ ଯାଇଥିଲା । ସେ ଏକୁଟିଆ ରହୁଥିଲେ । ଘରୁ ବାଇକ ନେଇ ଯାଇଥିବା ପଡୋଶୀମାନେ ଶେଷ ଥର ତାଙ୍କୁ ଦେଖିଛନ୍ତି ।

Leave A Reply

Your email address will not be published.