Latest Odisha News

BREAKING NEWS

ବାତ୍ୟା ପ୍ରଭାବରେ ଭଦ୍ରକରେ ଲାଗି ରହିଛି ବର୍ଷା, ମୁତୟନ ଅଛନ୍ତି ଜରୁରୀକାଳୀନ ଟିମ୍

ଭଦ୍ରକ : ଦୁର୍ବଳ ହୋଇଛି ବାତ୍ୟା ଜଓ୍ବାଦ । ତଥାପି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ବେଳେ, ଜିଲ୍ଲାରେ ଝିପି ଝିପି ବର୍ଷା ଲାଗି ରହିଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ସେହିପରି ବରିଷ୍ଠ ଅଧିକାରୀଙ୍କୁ ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳକୁ ପଠାଯାଇଛି ।

ସ୍ଥିତି ଉପରେ ନଜର ରଖିବା ପାଇଁ ଗୋଟିଏ ଏନଡିଆରଏଫ ଟିମକୁ ଧାମରା ପଠାଯାଇଛି । ଆଉ ଗୋଟିଏ ଓଡ୍ରାଫ ଟିମକୁ ବାସୁଦେବପୁର ଅଞ୍ଚଳକୁ ପଠାଯାଇଛି । ଏହାସହ ଜିଲ୍ଲାରେ ଥିବା ୯ଟି ଅଗ୍ନିଶମ ଟିମ୍ ଓ ରାଜ୍ୟରୁ ଆସିଥିବା ୪ଟି ଟିମକୁ ସଜାଗ ରହିବାକୁ କୁହାଯାଇଛି । ଆବଶ୍ୟକ ହେଲେ ଏହି ଟିମକୁ ସମୁଦ୍ର ଉପକୂଳ ତଥା ତଳିଆ ଅଞ୍ଚଳକୁ ପଠାଯିବ । ଦରକାର ପଡ଼ିଲେ, ସମୁଦ୍ର ଉପକୂଳରେ ଥିବା ବାସୁଦେବପୁର ବ୍ଲକର ୧୭ଟି ଗାଁ ଏବଂ ଚାନ୍ଦବାଲି ବ୍ଲକର ୨୯ଟି ଗାଁର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଭଦ୍ରକ ଜିଲ୍ଲାରେ ମୋଟ ୨୭ ମିଲିମିଟର ବର୍ଷା ହୋଇଛି । ବାସୁଦେବପୁରର ସମୁଦ୍ର ଉପକୂଳରେ ସ୍ଥିତି ଉପରେ ନଜର ରଖିବାକୁ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ।

Leave A Reply

Your email address will not be published.