Latest Odisha News

BREAKING NEWS

ଦୁର୍ବଳ ହେଉଛି ବାତ୍ୟା, ତଥାପି ସତର୍କ ରହିବାକୁ ପରାମର୍ଶ

କୋଣାର୍କ : ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’ । ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ପହଞ୍ଚିଲା ବେଳକୁ ଏହାର ତୀବ୍ରତା କମିଯିବ । ଏନେଇ ଆକାଳନ କରିଛି ପାଣିପାଗ ବିଭାଗ । ସେହିପରି ପୁରୀ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ । ତେବେ ପୁରୀରୁ ଜିଲ୍ଲା ବିପଦ ଟଳିଥିବା ବେଳେ, ଲୋକଙ୍କୁ ଏହା ଆଶ୍ବସ୍ତି ଦେଇଛି । ତଥାପି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଲୋକଙ୍କୁ ସଜାଗ ରହିବା ପାଇଁ କହିଛି ଜିଲ୍ଲା ପ୍ରଶାସନ ।

ସାମ୍ଭାବ୍ୟ ବାତ୍ୟା ଜଓ୍ବାଦ ପ୍ରଭାବରେ ପୁରୀରେ ଲାଗି ରହିଛି ବର୍ଷା । ଆଜି ସାମାନ୍ୟ କମିଛି ବର୍ଷା । ଅନ୍ୟପଟେ ବାତ୍ୟା ପାଇଁ ଚନ୍ଦ୍ରଭାଗାରେ ବାଲୁକା କଳା ମହୋତ୍ସବକୁ ବନ୍ଦ କରାଯାଇଥିବା ବେଳେ, ଯୁଦ୍ଧକାଳୀନ ଭିତ୍ତିରେ ଜିନି: କଢ଼ାଯାଇଛି । ବର୍ଷାର ପ୍ରକୋପ କମିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପ୍ରଚାର ମାଧ୍ୟମରେ ଲୋକଙ୍କୁ ସତର୍କ କରି ପରିସ୍ଥିତି ଉପରେ ନଜର ରଖିଛି । କୋଣାର୍କ ଏନଏସି, ରାଜସ୍ବ ବିଭାଗର ଅଧିକାରୀମାନେ ଚନ୍ଦ୍ରଭାଗା ନୋଳିଆ ସାହିରେ ରହି ସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ।

Leave A Reply

Your email address will not be published.