Latest Odisha News

BREAKING NEWS

କାଳୀ ପୂଜା ଲାଗି ଚଳଚଞ୍ଚଳ ଭଦ୍ରକ ସହର : ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ମୂର୍ତ୍ତି ଗୁଡିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ଭଦ୍ରକ : ଆଉ ଗୋଟିଏ ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମାଆ କାଳୀ  । ଏଥିଲାଗି ଚଳଚଂଚଳ ହୋଇଉଠିଛି ଗାଁଠୁ ସହର  । ଭଦ୍ରକରେ ବଡ ଧୂମଧାମ ସହକାରେ ପାଳିତ ହୁଏ ମାଆଙ୍କର ପୂଜା  । ଏଥିଲାଗି ପ୍ରସ୍ତୁତି ପ୍ରା୍ୟ ଶେଷ ପର୍ଯ୍ୟା୍ୟରେ ପହଂଚିଛି । କିମ୍ବଦନ୍ତୀ ଅନୁସାରେ ମାଁ ଭଦ୍ରକାଳୀଙ୍କ ନାମ ଅନୁସାରେ ଏହି ଜିଲ୍ଲାର ନାମ ଭଦ୍ରକ ହୋଇଛି  ।  ଓଡିଶା ପ୍ରସିଦ୍ଧ ଭଦ୍ରକ କାଳୀ ପୂଜାକୁ ମଝିରେ ଆଉ ମାତ୍ର ଗୋଟିଏ ଶହ ଶହ ବର୍ଷ ଧରି ପୂଜା ପାଇଁ ଆସୁଥିବା ମାଁ ଭଦ୍ରକାଳୀ ଙ୍କ ପୀଠ ଏବେ ଚଳଚଞ୍ଚଳ  ।

କାଳୀପୂଜା ଠାରୁ ୭ ଦିନ ଦିନ ଧରି ମାଆ ଭଦ୍ରକାଳୀ ୭ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମାଁ ଭଦ୍ରକାଳୀ ପୀଠ ସମେତ ଚରମ୍ପା ଅଞଳରେ ୯ ଗୋଟି ମେଢରେ  ପୂଜା ପାଇବେ ମାଁ କାଳୀ । ସବୁଠି ମୂର୍ତି ଓ ତୋରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୂଜାକୁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ସବୁ କମିଟି ପକ୍ଷରୁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟୟରେ ପହଞ୍ଚିଲାଣି।ଜିଲ୍ଲା ବାହାରୁ ମଧ୍ୟ୍ୟ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ଏହି ମାଙ୍କ ପୂଜାରେ। ଏଥିଲାଗି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

କେବଳ ପୂଜା ବୁଲିବା ନୁହେଁ , ଲୋକଙ୍କ ମନୋରଂଜନ ଲାଗି ବିଭିନ୍ନ ସ୍ଥାନରେ ମୀନାବଜାର ସହ ମେଲୋଡିର ଆୟୋଜନ କରାଯାଇଛି  । ଛୋଟ ପିଲାଙ୍କ ପାଇଁ ଦୋଳିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ବାହାନଗା ଠାରେ ଘଟିଥିବା ରେଳ ଦୃଘଟଣାର ଦୁଃଖଦ ଘଟଣାକୁ ପୂଜା ମଣ୍ଡପରେ ଦେଖିବାକୁ ମିଳିବ ।  ସେହିପରି ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଯାତ୍ରା ରାଜନନ୍ଦିନୀ ଅପେରା ଏ ବର୍ଷର ସୁପର୍ ହିଟ୍ ଯାତ୍ରା ବାଟ ସରିଗଲା ବାହାନଗରେ ମଞ୍ଚସ୍ଥ କରିବାକୁ ଯାଉଛି । ଏଥର କାଳୀପୂଜାରେ ଲୋକମାନେ ଖୁବ୍ ବଜା ଉଠାଇବେ ।

 

Leave A Reply

Your email address will not be published.