Latest Odisha News

BREAKING NEWS

ରାଜ୍ୟରେ ୨୪ ଘଂଟାରେ ୬୦ ହଜାରରୁ ଅଧିକ ନମୂନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାରରୁ ଅଧିକ ନମୂନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ୬୧ହଜାର ୩୭୯ ନମୂନା ପରୀକ୍ଷା କରାଯାଇଛି । ତେବେ ବଡ କଥା ହେଉଛି ଯେ, ମୋଟ ନମୂନାରୁ ୫୪ ହଜାର ୨୪୩ ଟି ଆଂଟିଜେନ୍ ଟେଷ୍ଟ ହୋଇଛି । କରୋନା ପାଇଁ ଅଧିକ ବିଶ୍ୱସନୀୟ କୁହାଯାଉଥିବା ଆରଟିପିସିଆର ଟେଷ୍ଟ ମାତ୍ର ୭ ହଜାର ୫୪ଟି କରାଯାଇଛି । ଏବଂ ୮୨ଟି ଟ୍ରୁନଟ୍ ଟେଷ୍ଟ ହୋଇଛି ।

ଗତ ୨୪ ଘଂଟାରେ ଗଂଜାମ ଜିଲ୍ଲାରେ ସର୍ବାଧିକ ୮ହଜାର ୬୦୩ ନମୂନା ପରୀକ୍ଷା କରାଯାଇଛି । ତେବେ ସବୁ ନମୂନାର ଆଂଟିଜେନ୍ ଟେଷ୍ଟ କରାଯାଇଛି । କେନ୍ଦ୍ରାପଡାରେ ୬୮୦୫, ମୟୂରଭଂଜରେ ୫୫୬୬ ଏବଂ କେନ୍ଦୁଝରରେ ୩୨୮୨ଟି ଆଂଟିଜେନ୍ ଟେଷ୍ଟ ହୋଇଛି । ଅନ୍ୟପଟେ ଆରଏମଆରସିରେ ସର୍ବାଧିକ ଆରଟିପିସିଆର ଟେଷ୍ଟ ୧୮୪୪, ଏସସିବିରେ ୧୩୯୦ ଏବଂ ଆଇଏଲଏସରେ ୭୭୧ଟି ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.