Latest Odisha News

BREAKING NEWS

ପ୍ରତିଶ୍ରୁତି ପୂରଣ କଲା ଜନତାଙ୍କ ‘ଆପ’, ପ୍ରଥମ କ୍ୟାବିନେଟରେ ୨୫ ହଜାର ନିଯୁକ୍ତିକୁ ମୋହର

ଚଣ୍ଡିଗଡ: ୧୦ କ୍ୟାବିନେଟ ମନ୍ତ୍ରୀ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନେତୃତ୍ୱରେ ବସିଥିଲା ବୈଠକ । ଏହି ବୈଠକରେ ୨୫ ହଜାର ନିଯୁକ୍ତି ସୃଷ୍ଟି କରିବାକୁ କ୍ୟାବିନେଟ ନିଷ୍ପତି ନେଇଛି । ୨୫ ହଜାର ଚାକିରିରୁ ୧୫ ହଜାର ପୁଲିସ ଚାକିରି ଏବଂ ୧୦ ହଜାର ଅନ୍ୟାନ୍ୟ ବିଭାଗ ପାଇଁ ରହିବ । ମାସେ ମଧ୍ୟରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ରହିଛି ।

ଆମ୍ ଆଦମୀ ପାର୍ଟି ସରକାର ଏପରି ନିଯୁକ୍ତିକୁ ନେଇ ମୋହର ମାରିବା ପରେ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି । ରାଜ୍ୟରେ ବେରୋଜଗାର ଗୋଟିଏ ବଡ ପ୍ରସଙ୍ଗ । ତେଣୁ ନିର୍ବାଚନ ବେଳେ ସରକାର ଗଢିଲେ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଆପ୍ କହିଥିଲା । ଏପରିକି ଲୋକଙ୍କୁ ମାଗଣା ବିଜୁଳି ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି ।

ପଞ୍ଜାବରେ ବିପୁଳ ବିଜୟ ସହ କ୍ଷମତା ହାସଲ କରିଥିବା ଆମ ଆଦମୀ ପାର୍ଟିର ସରକାରଙ୍କ ୧୦ ମନ୍ତ୍ରିମଣ୍ଡଳ ଆଜି ଶପଥ ନେଇଥିଲେ। ଏହି ମନ୍ତ୍ରିମଣ୍ଡଳରେ ଜଣେ ମହିଳାଙ୍କ ସମେତ ୧୦ ବିଧାୟକ ରହିଛନ୍ତି । ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତ ସବୁ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ୧୦ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ପ୍ରଥମଥର ବିଧାୟକ ହୋଇଛନ୍ତି । ପଞ୍ଜାବର ୧୧୭ ବିଧାନସଭା ଆସନ ମଧ୍ୟରୁ ଆମ୍ ଆଦମୀ ପାର୍ଟି ରେକର୍ଡ ୯୨ ଆସନ ଜିତି ବହୁମତ ପାଇଥିଲା । ସେହିପରି କ୍ଷମତାରେ ଥିବା କଂଗ୍ରେସ ମାତ୍ର ୧୮ ଆସନରେ ସୀମିତ ରହିଥିଲା ।

Leave A Reply

Your email address will not be published.