Latest Odisha News

BREAKING NEWS

ମହିଳା ବିଶ୍ୱକପ କ୍ରିକେଟ: ଭାରତକୁ ହରାଇ ସେମିରେ ପ୍ରବେଶ ନିଶ୍ଚିତ କଲା ଅଷ୍ଟ୍ରେଲିଆ

ଅକଲାଣ୍ଡ: ଆଇସିସି ମହିଳା ବିଶ୍ୱକପ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ବିଜୟ ସହ ଅଷ୍ଟ୍ରେଲିଆ ସେମି ଫାଇନାଲ ପ୍ରବେଶ ଏକ ପ୍ରକାର ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ବିନିମୟରେ ୨୭୭ ରନ କରିଥିଲା । ମିଥାଲୀ ରାଜ ୬୮, ୟାସ୍ତିକା ଭାଟିଆ ୫୯ ଓ ହରମନପ୍ରୀତ କୌର ୫୭ ରନର ଇନିଂସ ଖେଳିଥିଲେ ।

ଜବାବରେ ଅଷ୍ଟ୍ରେଲିଆ ୪୯.୩ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ମେଗ କ୍ୟାନିଂ ୯୭ ରନର ଚମତ୍କାର ଇନିଂସ ଖେଳିଥିଲେ । ଆଲିସା ହିଲେ ୭୨ ରନ କରିଥିଲେ । ଭାରତ ପକ୍ଷରୁ ପୂଜା ବସ୍ତ୍ରକାର ୨ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.