ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଚଳାଇଥିବା ଆନ୍ଦୋଳନକୁ ଆଜି ଚାରି ମାସ ପୂରିଛି । ଏଥିପାଇଁ ଆଜି ଦେଶବ୍ୟାପୀ ବନ୍ଦ ପାଳନ କରୁଛନ୍ତି କୃଷକ ସଂଗଠନ । ପ୍ରଭାବରେ ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ରାସ୍ତାରୋକ କରିବା ସହ ଟ୍ରେନ ଅଟକାଇଛନ୍ତି । ବନ୍ଦ ରହିଛି ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନବଜାର ।

ସଂଯୁକ୍ତ କିଷାନ ମୋର୍ଚ୍ଚା ବନ୍ଦ ଡକରା ଦେଇଛି । ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ । ଦିଲ୍ଲୀ ସୀମାର ଗାଜିପୁରରେ ଶହ ଶହ ଚାଷୀ ଏକାଠି ହୋଇଛନ୍ତି । ସମର୍ଥନ ଦେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ହାଇଓ୍ୱେକୁ ବି ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ଠପ୍ ହୋଇଛି ଗାଡ଼ିମୋଟର ଚଳାଚଳ । ଗାଜିପୁର ସୀମାରେ ପରିବହନକୁ ବନ୍ଦ କରାଯାଇଛି ।

କୃଷକ ସଂଗଠନର ଭାରତ ବନ୍ଦ ଡକରାକୁ ସମର୍ଥନ ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ । ସାଧାରଣ ଲୋକ ବି ସାମିଲ ହୋଇଛନ୍ତି । ଫଳରେ ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା । ତେବେ ଅତ୍ୟାବଶ୍ୟକ ସେବା ଓ ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ବନ୍ଦ ପାଳନକୁ ବାଦ ଦିଆଯାଇଛି ।
BREAKING NEWS
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କକଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
- ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ
- Iran US War: ନୌସେନା, ବାୟୁସେନା, ସମଗ୍ର ନେତୃତ୍ୱ…ସବୁ ଶେଷ, ଇରାନ ଉପରେ ବିଜୟ ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ
- ବାବ୍-ଅଲ୍-ମାଣ୍ଡେବ ପ୍ରଣାଳୀ ବନ୍ଦ ହେଲେ କେଉଁ ଜିନିଷର ଅଭାବ ରହିବ? ଭାରତକୁ କେତେ ପ୍ରଭାବିତ କରିବ..
- Customs Duty Exemption on Petrochemical: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋକେମିକାଲ୍ ଉତ୍ପାଦ ଉପରୁ ସୀମା ଶୁଳ୍କ ଛାଡ଼
- ଚୌଦ୍ବାର ଜେଲରୁ ଫେରାର୍ ଦ୍ବିତୀୟ କଏଦୀ ଗିରଫ
Comments are closed.