Latest Odisha News

BREAKING NEWS

ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ, ଆଜି ରାଉରକେଲାରୁ ପୁଣି ରାହୁଲଙ୍କ ଯାତ୍ରା

ରାଉରକେଲା: ମଙ୍ଗଳବାର ଠାରୁ ଓଡ଼ିଶାରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । ଦ୍ବିତୀୟ ଦିନରେ ଆଜି ରାଉରକେଲାରୁ ପୁଣି ଆରମ୍ଭ ହେବ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା । ସକାଳ ୯.୩୦ ରେ ରାଉରକେଲା ଉଦିତ ନଗର ଠାରୁ ଆରମ୍ଭ ହେବ ଯାତ୍ରା । ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ ଯାତ୍ରା ପରେ ସେଠାରେ ୧୦ ଟାରେ ସାଧାରଣ ସଭା କରିବେ । ରାଣୀବନ୍ଧରୁ ଯାତ୍ରା, କୁତ୍ରା, ବଡଗାଁରେ ଦେବେ ଉଦବୋଧନ ।

BjdElectrycity

ଏଥିସହ ତାଙ୍କର ଆଉ କେତେକ ସ୍ଥାନରେ ପଦଯାତ୍ରା ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାହୁଲଙ୍କ ସହ ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ରହିବେ ।

ତେବେ ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ମଙ୍ଗଳବାର ଅପରାହ୍ନରେ ଓଡିଶାରେ ପହଞ୍ଚିଛି । ଝାଡଖଣ୍ଡ ସୀମା ଅତିକ୍ରମ କରି ସୁନ୍ଦରଗଡ ବୀରମିତ୍ରପୁରଠାରେ ଓଡିଶାରେ ପ୍ରବେଶ କରିଥିଲେ ରାହୁଲ । ସେଠାରେ ଓଡିଶା କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯିବା ପରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ପତାକା ରାଜ୍ୟ କଂଗ୍ରେସକୁ ହସ୍ତାନ୍ତର କରାଯାଇଥିଲା ।

ଏହାପରେ ଆୟୋଜିତ ସଭାରେ ରାହୁଲ ଗାନ୍ଧୀ କହିଥିଲେ ଓଡିଶା ଆସି ତାଙ୍କୁ ବହୁତ ଭଲ ଲାଗୁଛି । ସେ ତିନି ଦିନ ଓଡିଶାରେ ରହିବେ ଏବଂ ଲୋକଙ୍କ କଥା ଶୁଣିବେ । ଏହାସହ ସେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ଆସନ୍ତାକାଲି ଝାରୁସୁଗୁଡା ମହାତ୍ମା ଗାନ୍ଧୀ ଛକରୁ ପୁଣି ଯାତ୍ରାରେ ବାହାରିବେ । ଅପରାହ୍ନ ୩ ଟା ୪୫ ରେ ଓଡିଶା-ଛତିଶଗଡ ସୀମା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.