Latest Odisha News

BREAKING NEWS

ପ୍ରସିଦ୍ଧ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ସରୋଜା ବୈଦ୍ୟନାଥଙ୍କ ଦେହାନ୍ତ

ମୁମ୍ବାଇ: ପ୍ରସିଦ୍ଧ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ସରୋଜା ବୈଦ୍ୟନାଥଙ୍କ ଦେହାନ୍ତ ଘଟିଛି । ଆଜି ସକାଳେ  ତାଙ୍କର ମୃତ୍ୟୁ ଘଟିଛି  । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଦିଲ୍ଲୀ ସ୍ଥିତ ବାସଭବନରେ ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ପୀଡିତ ଥିଲେ  । ୧୯୩୭ ମସିହା କର୍ଣ୍ଣାଟକର ବେଲାରୀରେ ସେ ଜନ୍ମଗ୍ରହଣ କରିଥିଲେ  ।

ସରୋଜାଙ୍କର ୧୫ଟି ଦେଶରେ ନୃତ୍ୟ ବିଦ୍ୟାଳୟ ରହିଛି  । ଯାହା ତାଙ୍କ ଶିଷ୍ୟା ମାନଙ୍କ ଦ୍ବାରା ପରିଚାଳିତ ହେଉଛି  । ୨୦୦୨ ମସିହାରେ ତାଙ୍କୁ  ପଦ୍ମଶ୍ରୀ ଏବଂ ୨୦୧୨ ମସିହାରେ ତାଙ୍କୁ ପଦ୍ମ ଭୂଷଣ ଉପାଧି ପ୍ରଦାନ କରାଯାଇଥିଲା  । ସେପଟେ ସରୋଜାଙ୍କ ମୃତ୍ୟୁରେ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡି ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.