Latest Odisha News

BREAKING NEWS

ମଝି ନଈରେ ଲାଗିଲା ବିଦ୍ୟୁତ ଝଟକା: ପାଣିକୁ ଖସିପଡି ନିଖୋଜ ପୁଅ

ପୁରୀ: ମଝି ନଈରେ ଲାଗିଲା ବିଦ୍ୟୁତ ଝଟକା । ପାଣିକୁ ଖସିପଡିଲା ପୁଅ । ଏବେ ପାଣି ଭିତରୁ ବାପା ଖୋଜୁଛ ପୁଅକୁ । ନଈର ଏମୁଣ୍ଡରୁ ସେ ମୁଣ୍ଡ ଘାଣ୍ଟି ପକାଉଛି । ଆଖିରୁ ଲୁହକୁ ଗାମୁଛାରେ ପୋଛି ପକାଉଛି ଆଉ  ପାଣିକୁ ଅଣ୍ଡାଳୁଛି । କାଳେ କେଉଁଠି ରହି ଯାଇଥିବ ପୁଅ । ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା କଣାସ ଅଞ୍ଚଳର ମକରା ନଦୀରେ ।

ବାପା-ପୁଅ ସକାଳୁ ସକାଳୁ ମାଛ ଧରିବାକୁ ଯାଇଥିଲେ । ହେଲେ ଜାଣି ନ ଥିଲେ ନଦୀ ମଝିରେ ୧୧ କେଭି ତାର ତଳକୁ ଝୁଲି ରହିଛି ବୋଲି । ହଠାତ୍ ପୁଅ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ବିଦ୍ୟୁତ ଝଟକା ଖାଇବା ପରେ ପୁଅ ପାଣିରେ ଖସି ପଡିଥିଲେ । ଆଉ ତା ପରଠୁ ନିଖୋଜ ହୋଇ ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଆସି ଖୋଜାଖୋଜି ଆରମ୍ଭ କରିଥିଲା ।

ଏପଟେ ଖବର ପାଇ ପରିବାର ଲୋକେ ନଦୀ କୂଳରେ ଭିଡ ଜମାଇଥିଲେ । କାନ୍ଦ ବୋବାଳିରେ ଫାଟି ପଡୁଥିଲା ନଦୀକୂଳ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବି ଦେଖା ଦେଇଛି । ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ଏସବୁ ଘଟିଥିବା ଅଭିଯୋଗ କରି ବିଦ୍ୟୁତ୍ ତାରକୁ ତୁରନ୍ତ ଉପରକୁ ଉଠାଇବାକୁ   ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Leave A Reply

Your email address will not be published.