ଭୁବନେଶ୍ୱର: ଗତ ବର୍ଷ ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯାଇଥିବା ଘଟଣାର ଚୂଡାନ୍ତ ରିପୋର୍ଟ ସୋମବାର ଓଡ଼ିଶା ସରକାରଙ୍କ ନିକଟରେ ଦାଖଲ କରାଯାଇଛି। ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟାୟିକ କମିଶନ ଏହି ରିପୋର୍ଟ ଦାଖଲ କରିଛନ୍ତି।
ସୂଚନା ଅନୁସାରେ, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ନ୍ୟାୟିକ କମିଶନ ୨୮୨ ପୃଷ୍ଠାର ରିପୋର୍ଟ ଗୃହ ବିଭାଗକୁ ପ୍ରଦାନ କରିଛନ୍ତି।
ଗତ ବର୍ଷ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିବା ତଦନ୍ତରେ ୫୨୫ଟି ସତ୍ୟପାଠ ଯାଞ୍ଚ ଏବଂ ପ୍ରାୟ ପାଞ୍ଚ ଜଣଙ୍କୁ ପଚରାଉଚରା କରିବା ପରେ ତଦନ୍ତ ପ୍ୟାନେଲ ଏହାର ରିପୋର୍ଟ ପ୍ରଦାନ କରିଥିବା ଜଣାପଡିଛି।
Comments are closed.