ଉଜ୍ଜ୍ୱଳ ତ୍ୱଚା ସମସ୍ତଙ୍କୁ ପସନ୍ଦ। ଏହାକୁ ନେଇ ବର୍ତ୍ତମାନର ଯୁବପିଢ଼ି ବେଶ୍ ଚିନ୍ତିତ ଏବଂ ଯତ୍ନବାନ ମଧ୍ୟ। ଏଥିଲାଗି ଅନେକେ ବଜାରରେ ମିଳୁଥିବା ମହଙ୍ଗା ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ଅନେକ ସମୟରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଜର ଆସିଥାଏ। ଏସବୁ ସ୍ଥଳେ ଯଦି ଆପଣ ସୁନ୍ଦର ତ୍ୱଚା ଲାଗି ଚିନ୍ତିତ ତେବେ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବା ବରକୋଳି ଖାଆନ୍ତୁ । ଦେଖିବେ ତ୍ୱଚା କୋମଳ ରହିବା ସହ ଉଜ୍ଜ୍ୱଳ ଦିଶିବ।
ବରକୋଳିରେ ଓଜନ ହ୍ରାସ କରିବାର କ୍ଷମତା ମଧ୍ୟ ରହିଛି। ଏଥିସହ ପର୍ଯ୍ୟାପ୍ତ ପରିମାଣର ଭିଟାମିନ ସି, ଏ ଏବଂ ପୋଟାସିୟମ ରହିଥାଏ। ଏହା ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ପରିପୂର୍ଣ୍ଣ । ଏହାକୁ ଖାଇବା ଫଳରେ ତ୍ୱଚା ଦୀର୍ଘ ସମୟ ପର୍ଯ୍ୟନ୍ତ ଉଜ୍ଜ୍ୱଳ ରହିଥାଏ। ଏଥିରେ ବହୁତ କମ୍ ପରିମାଣର କ୍ୟାଲୋରି ଥାଏ। ବରକୋଳି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ଏହା ସାହାଯ୍ୟ କରିଥାଏ । ଏଥିରେ ଅଧିକ କ୍ୟାଲସିୟମ ଏବଂ ଫସ୍ଫରସ୍ ରହିଥାଏ । ବର୍ତ୍ତମାନ ସମୟରେ ବଜାରରେ ବରକୋଳି ଉପଲବ୍ଧ ହେଉଥିବାରୁ ଆପଣ ଏହାକୁ ଖାଇ ଲାଭବାନ ହୋଇପାରିବେ।
ବରକୋଳି ଏମିତି ଏକ କଳି ଯାହା ଓଡ଼ିଶାର ସବୁ ପ୍ରାନ୍ତରେ ମିଳିଥାଏ। ଆପଣଙ୍କ ଘର ବାଡ଼ିରେ ମଧ୍ୟ ହେଉଥିବ ଏହି କୋଳି। ଏହା ମୁଖ୍ୟତଃ ଜାନୁଆରୀରୁ ଏପ୍ରିଲ ମାସ ଭିତରେ ଫଳିଥାଏ। ହେଲେ ଅନେକ ଲୋକ ବରକୋଳିର ଉପକାରିଲା ବିଷୟରେ ଜାଣନ୍ତି ନାହିଁ। ସହରର ଲୋକଙ୍କ ପାଇଁ ଏହା ବର୍ତ୍ତମାନ ସାତ ସପନ ହୋଇଗଲାଣି। ବରକୋଳିରେ ଆଚାର ମଧ୍ୟ ତିଆରି ହୋଇପାରେ। ପୂର୍ବରୁ ଓଡ଼ିଶାର ଘରେ ଘରେ ବରକୋଳି ଆଚାର ହେଉଥିଲା। ଏବେ ବି ଯଦିଓ କିଛି ଲୋକ ବରକୋଳି ଆଚାର କରୁଛନ୍ତି ହେଲେ ଏହା ଆଉ ସେତେ ସଂଖ୍ୟାରେ ଲୋକଙ୍କ ମଧ୍ୟରେ ଆଦ୍ରୁତ ହୋଇ ରହିନାହିଁ।
Comments are closed.