Latest Odisha News

BREAKING NEWS

ନଈବଢି ପୂର୍ବରୁ ଭୁଶୁଡିଲା ନଦୀବନ୍ଧ; ଆତଙ୍କିତ ଅବସ୍ଥାରେ ଜନସାଧାରଣ

ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନରେ ଥିବା ଭାର୍ଗବୀ ନଦୀବନ୍ଧରୁ ଖସିଛି ମାଟିଅତଡା । କଂଟାବଣିଆଠାରେ ଏହି ମାଟି ଅତଡାଟି ଖସିଛି । ଏଭଳି ପରିସ୍ଥିତିକୁ ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି ପୁରୀର ପିପିଲି, ନିମାପଡା ଓ ଖୋର୍ଧା ବାଲିପାଟଣା ବ୍ଲକ ଅନ୍ତର୍ଗତ ଅନେକ ପଂଚାୟତର ଲୋକ ।

ସୂଚନାନୁସାରେ, ନଦୀବନ୍ଧ ମରାମତି କରିବାର କିଛ ମାସ ମଧ୍ୟରେ ଏହ ମାଟିଅତଡା ଧସିଥିବା ଜଣାପଡିଛି । ୧୩ ତାରିଖରୁ ଲଘୁଚାପ ହେବାକୁ ଥିବା ବେଳେ ଆଗକୁ ବନ୍ୟାର ଭୟ ଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ । ଏହାକୁ ଶୀଘ୍ର ମରାମତି ନ କଲେ ହଜାର ହଜାର ଚାଷ ଜମି ପ୍ରଭାବିତ ହେବା ସହ ହାଜର ହାଜର ଲୋକଙ୍କ ଜୀବନକୁ ବିପଦ ଆଶଙ୍କା ରହିଛି । ତେବେ ନିମ୍ନମାନର କାମ ଯୋଗୁଁ ବାରମ୍ବାର ଏଭଳି ପରିସ୍ଥିତି ଉପୁଜୁଥିବା ସାଧାରଣରେ ଅଭିଯୋଗ ହୋଇଛି ।

Leave A Reply

Your email address will not be published.