Latest Odisha News

BREAKING NEWS

କୃଷ୍ଣ ଜନ୍ମାଷ୍ଟମୀ ସହ ‘ଦହିହାଣ୍ଡି’ ଭଙ୍ଗାର କି ସମ୍ପର୍କ ରହିଛି…

ଭୁବନେଶ୍ୱର: ଦୂରାଚାରୀ କଂସର ପ୍ରକୋପରୁ ମଥୁରାବାସୀଙ୍କୁ ବଞ୍ଚାଇବା ଲାଗି ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ । କଂସର ଭଉଣୀ ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ଭଗବାନ ।

ଯିଏକି ପରବର୍ତ୍ତୀ ସମୟରେ ନନ୍ଦ ଓ ଯଶୋଦାଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ । ଶ୍ରୀକୃଷ୍ଣ ଖାଲି ଯେ କଂସକୁ ମାରିଥିଲେ ତା’ ନୁହେଁ ମହାଭାରତ ଯୁଦ୍ଧରେ ତାଙ୍କର ପ୍ରମୁଖ ଭୂମିକା ଥିଲା ବୋଲି ହିନ୍ଦୁ ଶାସ୍ତ୍ରରୁ ଜଣାପଡେ ।

ଏପରିକି ଭଗବାନ କୃଷ୍ଣ ମାନବ ଜାତିକୁ କର୍ମଯୋଗ ସମ୍ପର୍କରେ ଶିକ୍ଷା ଦେଇଥିଲେ । ସାରା ଦେଶରେ ବଡ ଧୁମଧାମରେ ‘ଜନ୍ମାଷ୍ଟମୀ’ ପାଳିତ ହେଉଥାଏ । ଏହାର ଗୋଟିଏ ଦିନ ପରେ ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ପାଳନ କରାଯାଇଥାଏ ।

ଦହି ହାଣ୍ଡି ଭଙ୍ଗା ଉତ୍ସବ କ’ଣ-

ଖାସକରି ଏହି ଉତ୍ସବ ମହାରାଷ୍ଟ୍ର ଓ ଗୁଜୁରାଟରେ ପାଳନ କରାଯାଉଥିବା ବେଳେ ଏବେକା ସମୟରେ ଦହି ହାଣ୍ଡି ଭଙ୍ଗା ଉତ୍ସବ ପ୍ରାୟତଃ ସବୁଠି ପାଳନ କରାଯାଉଅଛି । ଏହି ଦହି ହାଣ୍ଡିକୁ ତଳୁ ପ୍ରାୟ ୩୦ ଫୁଟ୍ ଉଚ୍ଚରେ ଟଙ୍ଗା ଯାଇଥାଏ । ପରେ ଯୁବକ ମାନେ ମାନବ ପିରାମିଡ୍ ଜରିଆରେ ହାଣ୍ଡିକୁ ଭାଙ୍ଗିଥାନ୍ତି । ହେଲେ ଚଳିତ ଥର କରୋନା କଟକଣା ଯୋଗୁଁ ଏହି ଉତ୍ସବ ଫିକା ପଡିପାରେ ।

କାହିଁକି ପାଳିତ ହୁଏ ଦହି ହାଣ୍ଡି ଉତ୍ସବ-

ପୌରାଣିକ କଥାନୁଯାୟୀ ବୃନ୍ଦାବନବାସୀ ଲହୁଣୀ ଚୋର କୃଷ୍ଣଙ୍କ ଠାରୁ ନିଜ ଲହୁଣୀକୁ ଲୁଚାଇବାକୁ ଯାଇ ଉଚ୍ଚଉଚ୍ଚ ସ୍ଥାନରେ ଟାଙ୍ଗି ଦେଉଥିଲେ । କିନ୍ତୁ ସେମାନଙ୍କ ସତ ଚେଷ୍ଟା ପରେ ମଧ୍ୟ ଅତ୍ୟନ୍ତ ଚତୁରତାର ସହ ବାଳଗୋପାଳ କୃଷ୍ଣ ହାଣ୍ଡି ଭାଙ୍ଗୁଥିଲେ । ଏପରିକି ଲହୁଣୀ ଖାଇବା ଲାଗି କୃଷ୍ଣ ନିଜ ବନ୍ଧୁମାନଙ୍କ ସହ ମିଶି ପିରାମିଡ ଶୈଳୀରେ ଜଣକ ଉପରେ ଜଣେ ଚଢି ହାଣ୍ଡି ସବୁକୁ ଭାଙ୍ଗି ଅତି ଆନନ୍ଦରେ ଲହୁଣୀ ଖାଇ ଦେଉଥିଲେ । ପରବର୍ତ୍ତୀ ସମୟରେ ଏହାକୁ ପରମ୍ପରା ରୂପ ଦିଆଯାଇ ଦହିହାଣ୍ଡି ଉତ୍ସବ ପାଳନ କରାଯାଉଅଛି ।

 

Leave A Reply

Your email address will not be published.