Latest Odisha News

BREAKING NEWS

ରିଲିଜ ହେବାର ପ୍ରଥମ ଦିନରେ ଦୃଶ୍ୟମ-୨କୁ ପଛରେ ପକାଇଦେବ ‘ଭୋଲା’!

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଭୋଲା’ର ଆଡଭାନ୍ସ ବୁକିଂ ଚାଲିଛି । ଏହି ଫିଲ୍ମ ୩୧ ମାର୍ଚ୍ଚ ୨୦୨୩ରେ ମୁକ୍ତିଲାଭ କରିବ। ତେବେ ଏହି ଫିଲ୍ମ ବର୍ତ୍ତମାନ ପ୍ରଶଂସକଙ୍କଠାରୁ ରେସପନ୍ସ ପାଉଥିବାବେଳେ ଆଶା କରାଯାଉଛି ଯେ ‘ଭୋଲା’କୁ ଦୃଶ୍ୟମ- ୨ ତୁଳନାରେ ଅଧିକ ହିଟ ସାବ୍ୟସ୍ତ ହୋଇପାରେ । ଫିଲ୍ମ ‘ଭୋଲା’ ତାମିଲ ଚଳଚ୍ଚିତ୍ର ‘କୈଥୀ’ର ରିମେକ୍ ହୋଇଥିବାବେଳେ ଫିଲ୍ମର ଟ୍ରେଲର ଏବଂ ଟିଜର ପ୍ରଶଂସକଙ୍କ ଭଲ ରେସପନ୍ସ ପାଇଛି। ଫିଲ୍ମର ଅଗ୍ରୀମ ବୁକିଂ ଅଗ୍ରୀମ ବୁକିଂ ପ୍ରାୟ ୧ କୋଟିରେ ପହଞ୍ଚିଛି। ସେବେଠାରୁ ଆଶା କରାଯାଉଛି ଯେ ଫିଲ୍ମ ‘ଭୋଲା’ ‘ଦୃଶ୍ୟମ ୨’ ଅପେକ୍ଷା ଏକ ବଡ ଓପନିଂ ପାଇପାରିବ।

BjdElectrycity

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଭୋଲା’ ବକ୍ସ ଅଫିସରେ ହିଟ୍ ହୋଇପାରେ। ଫିଲ୍ମର ଆଡଭାନ୍ସ ବୁକିଂ ଦେଖି ଏହି ଅନୁମାନ କରାଯାଉଛି । ଫିଲ୍ମ ‘ଭୋଲା’ରେ ଅଜୟ ଦେବଗନ୍ ଏବଂ ତବୁଙ୍କ ଯୋଡିକୁ ପୁଣି ଥରେ ଫିଲ୍ମରେ ଦେଖିବାକୁ ମିଳିବ। ଏହା ସହିତ ଦୀପକ ଡୋବ୍ରିଆଲ ଏବଂ ଗଜରାଓ ରାଓ ମଧ୍ୟ ‘ଭୋଲା’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ‘ଦୃଶ୍ୟମ ୨’ ପ୍ରଥମ ଦିନରେ ୧୪.୯୨ କୋଟି ଟଙ୍କା ସଂଗ୍ରହ କରିଥିଲା । ଯଦି ‘ଭୋଲା’ର ଆଡଭାନ୍ସ ବୁକିଂ ମଧ୍ୟ ୭-୮ କୋଟି ଟଙ୍କାରେ ପହଞ୍ଚିବ ତେବେ ନିଶ୍ଚିତ ଭାବରେ ଏହି ଫିଲ୍ମ ଦୃଶ୍ୟମ-୨ ର ପ୍ରଥମ ଦିନର କଲେକ୍ସନ ରେକର୍ଡ ଭାଙ୍ଗିପାରେ ।

Leave A Reply

Your email address will not be published.