Latest Odisha News

BREAKING NEWS

ପରଦାରେ ଜମିବ ଆକ୍ସନ, ଥ୍ରୀଲରର ଭରପୁର ମଜା :ଭୁଲ୍ ଭୁଲେୟା-୨ର ଟ୍ରେଲର୍ ରିଲିଜ୍

ମୁମ୍ୱାଇ : ବହୁ ପ୍ରତିକ୍ଷାର ଘଟିଛି ଅନ୍ତ । ୧୫ ବର୍ଷ ପରେ ମଞ୍ଜୁଲିକାର କମବ୍ୟାକ୍ । ବର୍ଷର ହରର୍ କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁ ଅଭିନୀତ ଭୁଲ୍ ଭୁଲେୟା-୨ର ଟ୍ରେଲର୍ ଲଞ୍ଚ କରାଯାଇଛି । ଚଳଚ୍ଚିତ୍ରର ଟ୍ରେଲରରେ ଦେଖିବାକୁ ମିଳିଛି ସସପେନ୍ସ, ଭୟ, ରୋମାନ୍ସ ଏବଂ କମେଡିର ତଡକା । ଆସନ୍ତା ମେ ୨୦ ୨୦୨୨ରେ ବଡ ପରଦାରେ ଲିଲିଜ ହେବ ।

କାର୍ତ୍ତିକ ଆର୍ଯ୍ୟନ ବ୍ୟତୀତ ତବୁ, କିଆରା, ରାଜପାଲ ଯାଦବ, ସଞ୍ଜୟ ମିଶ୍ର ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଭୁଲ୍ ଭୁଲେୟା-୨ ଟ୍ରେଲର୍ ହେଉଛି ସମାନ ଟାଇଟଲ୍ ର ୨୦୦୭ ଭୁଲ ଭୁଲେୟା ଚଳଚ୍ଚିତ୍ରର ଏକ ସିକ୍ୱେଲ୍ । ପ୍ରଥମ ଭାଗରେ ଜ୍ୟୋତି ଅହୁଜା, ବିଦ୍ୟା ବାଲାନ୍, ଅମିଶା ପଟେଲ ଏବଂ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଦମଦାର କଲେକ୍ସନ କରିଥିଲା ।

ଫିଲ୍ମରେ ଅକ୍ଷୟ କୁମାରଙ୍କ କମେଡି ଓ ଥ୍ରୀଲର ଭୁମିକାକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ।

Leave A Reply

Your email address will not be published.