Latest Odisha News

BREAKING NEWS

ଘୁଂଚିଲା ଫ୍ଲୋର ଟେଷ୍ଟ, ମଧ୍ୟପ୍ରଦେଶ ବିଧାନସଭା ମାର୍ଚ୍ଚ ୨୬ ଯାଏଁ ସ୍ଥଗିତ

ଭୋପାଲ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । କମଲନାଥ ସରକାରଙ୍କୁ ବଂଚାଇ ଦେଲା କରୋନା । ମାହାମାରୀ କରୋନା ପାଇଁ ମଧ୍ୟପ୍ରଦେଶ ବିଧାନସଭାକୁ ବାଚସ୍ପତି ଆସନ୍ତା ୨୬ ଯାଏଁ ସ୍ଥଗିତ କରିଛନ୍ତି ।ସୂଚନା ମୁତାବକ ଆଜି କମଲନାଥ ସରକାର ବହୁମତ ସାବ୍ୟସ୍ତ କରିଥାନ୍ତେ । ହେଲେ ସାରା ଦେଶରେ କରୋନା ସ୍ଥିତି ସାଂଘାତିକ ଥିବାରୁ ବିଧାନସଭାକୁ ସ୍ଥଗିତ କରିଦେଇଛନ୍ତି ବାଚସ୍ପତି । ଏଥିସହ ମଧ୍ୟପ୍ରଦେଶ ସରକାରଙ୍କ ଫ୍ଲୋର ଟେଷ୍ଟ ମଧ୍ୟ ସ୍ଥଗିତ ହୋଇଯାଇଛି । ତେଣୁ କମଲନାଥ ସରକାର ଏବେ ଆଉ ବହୁମତ ସାବ୍ୟସ୍ତ କରିବାର ପ୍ରଶ୍ନ ଉଠୁନାହିଁ ।

Leave A Reply

Your email address will not be published.