Latest Odisha News

କରୋନା ଆତଙ୍କ: ମୁମ୍ବାଇରେ ଗ୍ରୁପ ଟୁର୍ ଉପରେ ପ୍ରତିବନ୍ଧକ ଲାଗି ୧୪୪ ଧାରା ଜାରି

ମୁମ୍ବାଇ: ମହାରାଷ୍ଟ୍ରରେ ମରଣାନ୍ତକ କରୋନା ଭାଇରସର ମୁକାବିଲା ଲାଗି ମୁମ୍ବାଇ ପୋଲିସ ଗ୍ରୁପ ଟୁର ଉପେରେ ପ୍ରତିବନ୍ଧକ ଲଗାଇଛନ୍ତି । ଗ୍ରୁପ ଟୁର ଉପରେ ନିଷେଧାଦେଶ ସହିତ ୧୪୪ ଧାରା ଜାରି କରାଯାଇଛି । ମୁମ୍ବାଇ ଡ଼େପୁଟି କମିଶନର ପ୍ରଣୟ ଅଶୋକ କହିଛନ୍ତି ଯେ, ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସହରରେ ସମସ୍ତ ଗ୍ରୁପ ଟୁର ଉପରେ ପ୍ରତିବନ୍ଧକ ଲଗାଯାଇଛି । ବିଦେଶ କିମ୍ବା ଘରୋଇ ଗ୍ରୁପ ଟୁରକୁ ବାରଣ କରାଯିବା ସହିତ ୧୪୪ ଧାରା ଜାରି ହୋଇଛି ।

ଯଦି କୌଣସି ଟୁର୍ ଅପରେଟର୍ ଏହାକୁ ଅବଜ୍ଞା କରନ୍ତି ତେବେ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୁମ୍ବାଇ ଡେପୁଟୀ କମିଶନର ଏନେଇ କହିଛନ୍ତି ଯେ, “ମାନବ ଜୀବନ ଏବଂ ନିରାପତ୍ତା ପ୍ରତି ବିପଦକୁ ରୋକିବା ଲାଗି ଏହା ଏକ ନିର୍ଦ୍ଦିଷ୍ଟ ଆଦେଶ । ବିଭିନ୍ନ ସ୍ଥାନରେ ଲୋକାରଣ୍ୟ ରୋକିବା ଏବଂ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଗ୍ରୁପ ଟୁର ନକରିବା ଲାଗି ୧୪୪ ଧାରା ଜାରି କରାଯାଇଛି ।”

Leave A Reply

Your email address will not be published.