Latest Odisha News

BREAKING NEWS

ଆନ୍ତଃଜିଲ୍ଲା ୧୯ ବର୍ଷରୁ କମ୍ କ୍ରିକେଟ: ଭୁବନେଶ୍ୱର-ଏ ଚାମ୍ପିୟନ

ଭୁବନେଶ୍ୱର: ଟାଙ୍ଗିର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ମଙ୍ଗଳବାର ଓଡିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଆନ୍ତଃଜିଲ୍ଲା ୧୯ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ଭୁବନେଶ୍ୱର ଏ ୬ ଉଇକେଟରେ କଟକ ଏକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି କଟକ ଏ ୪୭ ଓଭରରେ ୧୫୧ ରନ କରି ଅଲଆଉଟ ହୋଇ ଯାଇଥିଲା । ଶଶାଙ୍ଗ ରୁଙ୍ଗୁଟା (୪୭), ବିଶ୍ୱସ୍ୱାଗତ ଏମ.ଭଟ୍ଟଚାର୍ଯ୍ୟ (୨୮) ଓ ପ୍ରତ୍ୟୁଷ ପ୍ରଧାନ ୨୮ ରନର ଇନିଂସ ଖେଳିଥିଲେ । ଭୁବନେଶ୍ୱର ଏ ପକ୍ଷରୁ ଅଂଶୁମାନ ବେଜ, ଆଶୁତୋଷ ନାୟକ ଓ ସମ୍ବିତ ବରାଳ ୩ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ । ୧୫୨ ରନର ବିଜୟ ଲକ୍ଷ୍ୟକୁ ଭୁବନେଶ୍ୱର ଏ ୩୮.୩ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା । ଏମଜି ଗୋପାଳ (୪୪), ସାଇ ଶୁଭମ (୩୧) ଓ ସମ୍ବିତ ବରାଳ ୨୮ ରନ କରିଥିଲେ ।

କଟକ ଏ ତରଫରୁ ସାଇଦୀପ ମହାପାତ୍ର ଓ ଭକ୍ତି ସାଗର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ । ଉଦଯାପନୀ ଉତ୍ସବରେ ଡ୍ରିମ୍ସ ଚେୟାରମ୍ୟାନ ପ୍ରମୋଦ ଚନ୍ଦ୍ର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କୃତ କରିଥିଲେ । ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସିଇଓ ସୁବ୍ରତ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ବିତ ବରାଳ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.