Latest Odisha News

BREAKING NEWS

ନେପାଳ ସଂସଦ ଭଙ୍ଗ କରିବା ଅସାମ୍ବିଧାନିକ: ସୁପ୍ରିମକୋର୍ଟ

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କୁ ମଙ୍ଗଳବାର ଝଟକା ଲାଗିଛି । କାମଚଳା ପ୍ରଧାନମନ୍ତ୍ରୀ ଓଲୀ ଡିସେମ୍ବର ୨୦ରେ ସଂସଦ ଭଙ୍ଗ କରିବାକୁ ସୁପାରିଶ କରିଥିଲେ । ଏହି ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ୧୩ ଆବେଦନ ଦାଖଲ କରାଯାଇଥିଲା । ୧୩ ଦିନ ମଧ୍ୟରେ ସଂସଦ ଅଧିବେଶନ ଡକାଯାଉ ବୋଲି ପ୍ରଧାନ ବିଚାରପତି ଚୋଲେନ୍ଦ୍ର ଶମସେରଙ୍କୁ ନେଇ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଓଲୀ ସଂସଦ ଭଙ୍ଗ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଏପ୍ରିଲ ୩୦ ଓ ମେ ୧୦ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ କହିଥିଲେ । ସୁପ୍ରିମକୋର୍ଟ ଓଲୀଙ୍କ ନିଷ୍ପତିକୁ ସମ୍ପୂର୍ଣ୍ଣ ଭାବେ ଓଲଟାଇ ଦେବା ପରେ ଏବେ ସଂସଦ ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.