ଭୁବନେଶ୍ୱର: ଲୋୟର ପିଏମଜିରେ ଧାରଣା ଦେଉଥିବା ଆରଆଇ ଅମିନ ପରୀକ୍ଷାର୍ଥୀ ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କଋଛନ୍ତି। ଲୋୟର ପିଏମଜିରେ ଆନ୍ଦୋଳନ ବେଳେ ସେମାନଙ୍କୁ ରୋକିଥିଲା ପୋଲିସ। କିଛି ସମୟର ମୁହାଁମୁହିଁ ସ୍ଥିତି ପରେ ପ୍ରତିନିଧି ମଣ୍ଡଳି ମୁଖ୍ୟ ସଚିବଙ୍କୁ ଭେଟିଛନ୍ତି। ଆଲୋଚନା ସକରାତ୍ମକ ହୋଇଥିବା ପ୍ରତିନିଧି ମଣ୍ଡଳୀ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଓଏସଏସଏସସି ଦ୍ବାରା କରାଯାଇଥିବା ଆରଆଇ ଓ ଅମିନ, ଆଇସିଡିଏସ ସୁପରଭାଇଜର ପରୀକ୍ଷାରେ ଦୁର୍ନୀତି ବିରୋଧରେ ଗତ କିଛି ଦିନ ହେବ ଆଶାୟୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଦ କରୁଥିବା ଦେଖିବାକୁ ମିଳୁଛି। ସେମାନଙ୍କ ଦାବି ଅନୁସାରେ ଏନେଇ ସରକାରଙ୍କ ପକ୍ଷରୁ ଆଜି ସୁଦ୍ଧା ପରୀକ୍ଷା ବାତିଲ ହୋଇନାହିଁ। ତଦନ୍ତ କରାଯାଇ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇନି। ସରକାର ଚୁପ ଥିବାରୁ ପୁଣି ଠାରେ ଆଜି ଲୋୟର ପିଏମଜିରେ ଆଶାୟୀମାନେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା।
ସେମାନଙ୍କ କହିବା ମୁତବକ, ଦାବିକୁ ସରକାର ଅଣଦେଖା କରି ଆସୁଥିବାରୁ ଆଜି ସେମାନେ ପୁଣି ପ୍ରତିବାଦ କରିଛନ୍ତି। ଯେପର୍ଯ୍ୟନ୍ତ ଆରଆଇ ଅମିନ ପରୀକ୍ଷା ବାତିଲ ନହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଓ ତୀବ୍ରତର କରାଯିବ ବୋଲି ଆଶାୟୀ କହଛନ୍ତି । ଆରଆଇ ଓ ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରିହୋଇପଡୁଥିବା ବେଳେ କାହିଁକି ସରକାର ଚୁପ୍ ବୋଲି ବଡ଼ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ।