Latest Odisha News

BREAKING NEWS

ପ୍ରଶାସନର ତଥ୍ୟ; ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୧୮୩ ପଜିଟିଭ, ସେଥିରୁ ଭୁବନେଶ୍ୱରରୁ ୧୮୨ ଜଣ

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରଶାସନର ଅଜବ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।

ପ୍ରଶାସନର କରୋନା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୧୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ଭୁବନେଶ୍ୱରରୁ ୧୮୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସଦ୍ୟତମ ସୂଚନାକୁ ଆଧାର କରି ଚିନ୍ତା କଲେ ଖୋର୍ଦ୍ଧାରୁ ଜଣେ ମାତ୍ର କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ନଜରକୁ ଆସିବ ।

ଅଧିକ ପଢନ୍ତୁ- ଗୋଟିଏ ଦିନରେ ଭୁବନେଶ୍ୱରରୁ ୧୮୨ ଆକ୍ରାନ୍ତ; ୨୭୬ ସୁସ୍ଥ

ଏଭଳି ଅଜବ ତଥ୍ୟ ଲୋକମାନଙ୍କୁ ଚିନ୍ତାରେ ପକାଇଛି ।

ଅଧିକ ପଢନ୍ତୁ- ଖସିଲା କରୋନା ମିଟର, ରାଜ୍ୟରେ ୧୬୯୫ ପଜିଟିଭ ଚିହ୍ନଟ

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ୨୮,୪୮୧ କରୋନା ପଜିଟିଭ ମାମଲା ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୪୧୫ ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୨୫,୮୯୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୧୫୦ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.