Latest Odisha News

BREAKING NEWS

[ଭିଡିଓ] ସତ ପ୍ରମାଣିତ ହେଲା #NehuDaVyah

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଲିଷ୍ଟରେ ଥିଲା #NehuDaVyah । ବିବାହ କରିବେ ସିଙ୍ଗର ନେହା କକ୍କର ! ସତରେ କ’ଣ ବିବାହ କରିବେ ନେହା ? ନେହାଙ୍କ ବିବାହ ଖବର ସତ ନା ମ୍ୟୁଜିକ ଭିଡିଓ ପ୍ରମୋଶନ ? କିଛି ଏପରି ହେଡ୍ ଲାଇନ୍‌କୁ ନେଇ ଅନେକ ଟିଭି ଚ୍ୟାନେଲ, ନ୍ୟୁଜ୍ ପେପର ଓ ଡିଜିଟାଲ୍ ମିଡିଆ ନେହାଙ୍କ ବିବାହକୁ ନେଇ ଆକଳନ କରିଥିଲେ । ହେଲେ ଶେଷରେ ଜବାବ ରଖିଛନ୍ତି ନେହା । ପାରମ୍ପରିକ ଶିଖ ଧର୍ମ ଅନୁସାରେ ରୋହନପ୍ରୀତଙ୍କୁ ସେ ବିବାହ କରିଛନ୍ତି ।

ସୋସିଆଲ ମିଡିଆରେ ନେହାଙ୍କ ବିବାହର ଭିଡିଓ ଖୁବ ଭାଇରାଲ୍ ହୋଇଛି । ତେବେ ଖାଲି ବିବାହ ନୁହେଁ ବରଂ ବରଯାତ୍ରୀ ସମୟର ଏକ ଭିଡିଓ ମଧ୍ୟ ଖୁବ ଚର୍ଚ୍ଚା ସାଉଣ୍ଟିଛି । ଆଜି ଦିଲ୍ଲୀର ଏକ ଗୁରୁଦ୍ୱାରରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା । କରୋନା ମହାମାରୀ ତଥା କଟକଣା ପାଇଁ ଏହି ବିବାହରେ କେବଳ ନେହା ଓ ରୋହନପ୍ରୀତଙ୍କ ପରିବାର ଲୋକେ ସାମିଲ ହୋଇଥିଲେ ।

Leave A Reply

Your email address will not be published.