Latest Odisha News

BREAKING NEWS

ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌

ୱାଶିଂଟନ୍‌: ଆମେରିକା ଇତିହାସରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ। ଏଥିସହ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ନେଇଛନ୍ତି।

ଶପଥ ଗ୍ରହଣ ଅବସରରେ ବାଇଡେନ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ବାଇଡେନ୍‌ କହିଛନ୍ତି ଯେ, ଏହା ଗଣତନ୍ତ୍ରର ବିଜୟ, ଆମେରିକା ଏହାର ପରୀକ୍ଷାରେ ବିଜୟ ହୋଇଛି । ବିଶ୍ୱର ବଡ଼ ଦେଶ ଆମେରିକା ଆଜି ଏକ ନୂଆ ଇତିହାସ ସୃଷ୍ଟି କରିଛି । ଆମ ସମ୍ବିଧାନର ଓ ଦେଶର ରକ୍ଷା ହୋଇଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।

ବାଇଡେନ୍‌ କହିଛନ୍ତି ଯେ, ସରକାର ଲୋକଙ୍କ ଦ୍ୱାରା ଗଠନ ହୋଇଥିବା ସରକାର ଓ ଲୋକଙ୍କ ପାଇଁ ସରକାର। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ନୂଆ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ଅତିଥି ଭାବେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ, ବାରାକ ଓବାମା, ବିଲ କ୍ଲିଣ୍ଟନ, ହିଲାରୀ କ୍ଲିଣ୍ଟନ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ଓ ଲରା ବୁଶ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.