Latest Odisha News

BREAKING NEWS

ଟ୍ୟୁନିସିଆରେ ଡଙ୍ଗା ବୁଡ଼ି ୪ ପ୍ରବାସୀ ମୃତ, ୫୧ ନିଖୋଜ

ଟ୍ୟୁନିସିଆ: ଉତ୍ତର ଆଫ୍ରିକା ଦେଶ ଟ୍ୟୁନିସିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଟ୍ୟୁନିସିଆର କେର୍କେନା ଦ୍ୱୀପରୁ ଏକ ପ୍ରବାସୀ ଡଙ୍ଗା ବୁଡ଼ି ଯାଇଥିବାର ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୪ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୧ ଜଣ ଯାତ୍ରୀ ନିଖୋଜ ହୋଇଥିବା ସୂଚନା ରହିଛି।

ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ଜାହାଜରେ ଥିବା ସମସ୍ତ ପ୍ରବାସୀ ସହାରା ଆଫ୍ରିକାର। ଏଭଳି ଘଟଣା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଡଙ୍ଗା ଓଲଟି ଦୁଇ ଡଜନରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଉତ୍ତର ଆଫ୍ରିକା ଦେଶରେ ଚଳିତ ବର୍ଷ ଅନେକ ସ୍ଥାନାନ୍ତରଣ ଘଟୁଛି। ନିଜ ଜୀବନକୁ ବିପଦରେ ପକାଇ ଲୋକମାନେ ଡଙ୍ଗା ସାହାଯ୍ୟରେ ଯାତ୍ରା କରୁଛନ୍ତି। ଏହି କାରଣରୁ ବାରମ୍ବାର ଡଙ୍ଗା ବୁଡ଼ିଯିବା ଘଟଣା ସାମ୍ନାକୁ ଆସୁଛି।

ସୂଚନା ଥାଉକି, ମାର୍ଚ୍ଚ ମାସରେ ଇଟାଲୀ ଯାଉଥିବା ପ୍ରବାସୀଙ୍କର ଏକ ଡଙ୍ଗା ଭୂମଧ୍ୟ ସାଗରେରେ ଓଲଟି ଯାଇଥିଲା। ଏହି ଦୁର୍ଘଟଣାରେ ୨୮ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ନିଖୋଜ ଥିଲେ।

Leave A Reply

Your email address will not be published.