ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ୫ ମାସର ଯାତ୍ରାପରେ ଶେଷ ହୋଇଛି ବହୁ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍ ୧୮’ । ଆଉ ଶୋର ହୋଷ୍ଟ ସଲମାନ ଖାନ୍ ମଧ୍ୟ ବିଜେତାର ହାତ ଉପରକୁ କରିଛନ୍ତି । ସବସ୍ତଙ୍କୁ ଚମକାଇ ବିଗ୍ ବସ୍ ୧୮ର ଟ୍ରଫି ହାତେଇଛନ୍ତି କରନବୀର ମେହେରା । ୧୫ ସପ୍ତାହ ଧରି ଚାଲିବା ପରେ, ଶୋ’ରେ ଗତକାଲି ଏହାର ଗ୍ରାଣ୍ଡ ଫିନାଲେ ଥିଲା । ପ୍ରତି ସିଜନ ପରି, ଏଥର ମଧ୍ୟ ସଲମାନ ଖାନ ପୁରସ୍କାର ରାଶି ସହିତ ଟ୍ରଫି, ବିଗ ବସ୍ ୧୮ ବିଜେତା କରଣବୀର ମେହେରାକୁ ପ୍ରଦାନ କରିଛନ୍ତି । ତେବେ ଟ୍ରଫି ସହିତ, ଅଭିନେତାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିଛି ।
ବିଗ୍ ବସ୍ ୧୮ର ଟ୍ରଫି ନିଜ ନାଁରେ କରିବା ପରେ, ତାଙ୍କ ଉପରେ ଉଠିଥିବା ସବୁ ପ୍ରଶ୍ନର ଜବାବ ରଖିଛନ୍ତି କରନ । ଯେତେବେଳେ ମିଡିଆ ତାଙ୍କୁ ପେଡ୍ ପ୍ରମୋସନକୁ ନେଇ ପ୍ରଶ୍ନ କରିଥିଲା, ଏଥିରେ କରନ ପ୍ରତମେ ହସିଥିଲେ..ଆଉ କହିଥିଲେ, କାସ୍ ମୋ ପାଖରେ ସେତିକି ଟଙ୍କା ଥାଆନ୍ତା, ତାହେଲେ ମୋତେ ଏ ଶୋ କରିବାର ଆବଶ୍ୟକତା ହିଁ ପଡିନଥାନ୍ତା । ଟିକିଏ ଭାବନ୍ତୁ ମିଡିଆ କିଣିବା!…କିନ୍ତୁ ଏମିତି ହିଁ ହୋଇଥାଏ, ଯିଏ ହାରିଯାଏ ସେ ଏଭଳି ବାବାନା ଦେଇଥାଏ, ଲୋକମାନେ ନାନା ପ୍ରକାରର କଥା କୁହନ୍ତି, ଏହା ସବୁ ଖେଳର ଏକ ଅଂଶବୋଲି ମତ ରଖିଥିଲେ କରନ ।
ତେବେ ଏଥର ବିଗ୍ ବସ୍ ୧୮ର ଥିମ ରହିଥିଲା ‘ଟାଇମ କା ତାଣ୍ଡବ’। ଯାହା ୬ ଅକ୍ଟୋବର ୨୦୨୪ରେ ଆରମ୍ଭ ହୋଇଥିଲା ଏବଂ ୧୯ ଜାନୁଆରୀ ୨୦୨୫ରେ ଗ୍ରାଣ୍ଡ ଫିନାଲେ ସହିତ ଶେଷ ହୋଇଛି । ଯେଉଁଥିରେ ଭିଭିଏନ ଡିସେନା ରନର୍ସ ଅପ୍ ହୋଇଥିବା ବେଳେ ଏମାନଙ୍କ ସହିତ ଟପ୍ ୫ରେ ରହିଥିଲେ, ରଜତ ଦଲାଲ ତୃତୀୟରେ, ଅଭିନାଶ ମିଶ୍ର ଚତୁର୍ଥରେ ଏବଂ ଚୁମ୍ ଦରାଙ୍ଗ ପଞ୍ଚମ ସ୍ଥାନରେ ରହିଛନ୍ତି ।
Comments are closed.