Latest Odisha News

BREAKING NEWS

ଶପଥ ଗ୍ରହଣ ସମାରୋହରେ ଅଜଣା ଜନ୍ତୁ ନଜର ଆସିବା ମାମଲା, ସମ୍ପୁର୍ଣ୍ଣ ମିଥ୍ୟା ଘଟଣା କହିଲା ପୋଲିସ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଶପଥ ପାଠ ବେଳେ ନଜର ଆସିଲା ଅଜଣା ଜନ୍ତୁ । ଗତକାଲି ରାଷ୍ଟ୍ରପତି ଭବନରେ ମୋଦୀ ସରକାରଙ୍କର ତୃତୀୟ ପାଳିର ଶପଥ ପାଠ ସମାରୋହ ଆୟୋଜନ ହୋଇଥିଲା । ବିଜେପି ସାଂସଦ ଦୁର୍ଗା ଦାସଙ୍କ ଶପଥ ସମୟରେ ଏଭଳି କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆାରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ପୁରା ମନ୍ତ୍ରିମଣ୍ଡଳ ବସିଥିବା ପୋଡିୟମ୍ ଉପରେ ଏକ ଅଜଣା ଜନ୍ତୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁ ବାଟରେ ରାଷ୍ଟ୍ରପତି ଆସିଥିଲେ ସେହି ରାସ୍ତା ଦେଇ ଅଜଣା ଜନ୍ତୁ ଯିବାର ନଜର ଆସିଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଶପଥ ସମାରୋହରେ ଏତେ ଲୋକ ଥିଲେ ହେଲେ ଏହି ଜୀବ ଟିକୁ କେହି ଦେଖିପାରିଲେ ନାହିଁ କେମିତି? ଯଦି ଏହା ସତରେ ଏକ ଜୀବ ଥିଲା ତାହାଲେ ସୁରକ୍ଷା କର୍ମୀ କଣ କରୁଥିଲେ? ଏମିତି ଅନେକ ପ୍ରଶ୍ନ କରିଥିଲେ ଦର୍ଶକ । ତେବେ ଭିଡିଓରେ ଦେଖାଯାଉଥିବା ଜିବଟି ଏକ ବଡ ବିଲେଇ କିମ୍ବା ଚିତାବାଘ ସଦୃଶ ଦେଖାଯାଉଥିବା ବେଳେ ଏନେଇ ସ୍ପଷ୍ଟିକରଣ ରଖିଛି ଦିଲ୍ଲୀ ପୋଲିସ ।

ଦିଲ୍ଲୀ ପୋଲିସର କହିବାନୁସାରେ, ରାଷ୍ଟ୍ରପତି ଭବନରେ ଗତକାଲି ଶପଥ ଗ୍ରହଣ ସମାରୋହରେ କୌଣସି ଜଙ୍ଗଲି ପଶୁ ଦେଖିବାକୁ ମିଳିନାହିଁ । ଏହିପରି ମିଛ ଭିଡିଓରୁ ଦୁରେଇ ରୁହନ୍ତୁ । ଶପଥ ଗ୍ରହଣ ସମୟରେ ଜଙ୍ଗଲି ଜନ୍ତୁ ଦେଖାଯିବା ଅଭିଯୋଗ ସମ୍ପୁର୍ଣ୍ଣ ଭିତ୍ତିହୀନ ବୋଲି କହିଛି ପୋଲିସ ।

Leave A Reply

Your email address will not be published.