Latest Odisha News

BREAKING NEWS

ପିଲାଙ୍କ ଓଜନ ବଢିବାକୁ ନେଇ ଚିନ୍ତିତ କି? ଜାଣନ୍ତୁ କିପରି କରିବେ ଓଜନ ନିୟନ୍ତ୍ରଣ

ଭୁବନେଶ୍ଵର: ମୋଟା ହୋଇଯିବା, ଓଜନ ବଢିଯିବା, ମେଦ ବହୁଳତା ଆଜିକାଲି ଲୋକମାନଙ୍କ ମଧ୍ୟରେ ପ୍ରମୁଖ ସମସ୍ୟା ହେଇ ଉଭାନ ହୋଇଛି । ଯେକୌଣସି ବୟସର ଲୋକ ହୁଅନ୍ତୁ ନା କାହିଁକି ସମସ୍ତେ ଆଜି ଏହି ସମସ୍ୟାରେ ପିଡୀତ । ତେବେ ଏସବୁର ଅନେକ କାରଣ ମଧ୍ୟ ରହିଛି । କିନ୍ତୁ ଆଜିକାଲି ଛୋଟ ପିଲାଙ୍କଠାରେ ଏଭଳି ସମସ୍ୟା ଦେଖାଯିବା ଚିନ୍ତାର ବିଷୟ ପାଲଟିଛି । ଅଧିକାଂଶ ସମୟରେ ଗୋଟିଏ ସ୍ଥାନରେ ବସି ଭିଡିଓ ଗେମ୍, କାର୍ଟୁନ୍ ଦେଖିବା, ଖେଳନାରେ ଖେଳିବା ଯୋଗୁଁ ପିଲାମାନଙ୍କର ଶାରିରୀକ ଗତିବିଧି କମ୍ ହୋଇଥାଏ ତେଣୁ ଧୀରେ ଧୀରେ ଓଜନ ବଢ଼େ।

ମନୋବୈଜ୍ଞାନିକ କାରଣ ଯୋଗୁଁ ମଧ୍ୟ କିଛି ପିଲା ମୋଟା ହୋଇଥା’ନ୍ତି। ଯେପରିକି ମାତା, ପିତାଙ୍କ ମଧ୍ୟରେ ମନୋମାଳିନ୍ୟ କିମ୍ବା ପାରିବାରିକ ସମସ୍ୟା ଥିଲେ ତାକୁ ଭୁଲିବାକୁ ଯାଇ ପିଲାମାନେ ଅଧିକ ଖାଦ୍ୟ ଖାଆନ୍ତୁ। ତେଣୁ ଓଜନ ବୃଦ୍ଧି ହୁଏ ଏପରିସ୍ଥଳେ ତୁମେ ମୋଟା ହୋଇଯାଉଛ କହି ପିଲାମାନଙ୍କର ଖାଦ୍ୟ କମ୍ କରନ୍ତୁ ନାହିଁ ବରଂ ମୋଟା ହେବାର କୁପରିଣାମ ସଂପର୍କରେ ସେମାନଙ୍କୁ ବୁଝାନ୍ତୁ। ଯଥାସମ୍ଭବ ଘରେ ତିଆରି ହୋଇଥିବା ଖାଦ୍ୟ ଖାଇବାକୁ ଶିଖାନ୍ତୁ। ଏଥିପାଇଁ ସେମାନଙ୍କୁ ଗ୍ରୋସୋରି, ପରିବା କିଣିବାବେଳେ ସାଙ୍ଗରେ ନେଇପାରିବେ ଏହାଦ୍ୱାରା ସେମାନେ ନିଜ ମନ ପସନ୍ଦର ପନିପରିବାରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଆକର୍ଷିତ ହେବେ।

ସେହିପରି ପିଲା ମାନଙ୍କୁ ମଧ୍ୟ ଛୋଟ ଛୋଟ ରୋଷେଇ ଶିଖାନ୍ତୁ। ସେଥିରେ କେତେ ପରିମାଣରେ ତେଲ ମସଲା ବ୍ୟବହାର କଲେ ସ୍ଵାସ୍ଥ୍ୟ ପକ୍ଷେ ଉପକାରୀ ତାହା ବୁଝାଇ କୁହନ୍ତୁ। ଫଳରେ ପିଲାଟି ଧୀରେ ଧୀରେ ସ୍ଵାସ୍ଥ୍ୟ ସଚେତନ ହେବ। ନିଜ ଆଖପାଖରେ ଯୋଗ କିମ୍ବା ନୃତ୍ୟ ଭଳି କୌଣସି କ୍ଲାସ୍ ହେଉଥିଲେ ସେଥିରେ ପିଲାମାନଙ୍କୁ ଭର୍ତ୍ତି କରନ୍ତୁ। ଏଥିଯୋଗୁଁ ସେମାନଙ୍କର ଓଜନ କମିବା ସହିତ ମାନସିକ ଭାବେ ବି ସେମାନେ ଖୁସି ରହିବେ। ପିଲାଙ୍କ ସହିତ ନିଶ୍ଚିତ ଭାବେ ଖାଦ୍ୟ ଖାଆନ୍ତୁ। ଏହି ସମୟରେ ସେମାନଙ୍କୁ କେତେ ପରିମାଣର ଖାଦ୍ୟ କେତେ ସମୟ ବ୍ୟବଧାନରେ ଖାଇବା କଥା ତାହା ବୁଝାନ୍ତୁ ।

Leave A Reply

Your email address will not be published.