Latest Odisha News

BREAKING NEWS

ଭଦ୍ରକ ଜାତୀୟ ରାଜପଥର ଫ୍ଲାଏ ଓଭର ବ୍ରିଜ ଉପରେ ବଡ଼ ଗାତ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲାରେ ମଙ୍ଗଳବାର ଏକ ଫ୍ଲାଏ ଓଭର ଉପରେ ବଡ ଗାତ ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜିଲ୍ଲାର ଆରଡ଼ି ନିକଟରେ ଥିବା ଫ୍ଲାଏଓଭରର ଉପରେ ଏକ ଓସାରିଆ ଗାତ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଯାହା ଆଗାମୀ ଦିନରେ ବ୍ରିଜ୍ ଉପରେ ଯାଉଥିବା ଗାଡ଼ିଗୁଡ଼ିକ ପ୍ରତି ବିପଦ ଆଶଙ୍କା କରି ସେମାନେ ପୋଲିସ ଓ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଥିଲେ।

BjdElectrycity

ଫ୍ଲାଏଓଭରର ଯେଉଁ ଅଂଶ ଭୁଶୁଡ଼ି ପଡ଼ିଥିଲା, ତାହାକୁ ଅନୁଧ୍ୟାନ କରିବା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆଖପାଖ ଅଞ୍ଚଳରେ ବ୍ୟାରିକେଡ୍ ସ୍ଥାପନ କରି ଗାଡ଼ି ଚାଳକଙ୍କୁ ସତର୍କ କରାଇଛନ୍ତି।

ଖୁବଶୀଘ୍ର ଫ୍ଲାଏଓଭର ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜାତୀୟ ରାଜପଥ ଅଧିକାରୀ ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ଆଉ ଏକ ଘଟଣା ସମାନ ଜାତୀୟ ରାଜପଥରେ ଘଟିଛି। ଚେନ୍ନାଇରୁ କୋଲକାତାକୁ ସଂଯୋଗ କରୁଥିବା ପୋଲର କିଛି ଅଂଶ ଯାଜପୁର ଜିଲ୍ଲାର ରସୁଲପୁର ନିକଟରେ ଧସିଯିବାରୁ ଭୁବନେଶ୍ୱର-ବାଲେଶ୍ୱର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଦୁର୍ଘଟଣାକୁ ରୋକିବା ପାଇଁ ସ୍ଥାନୀୟ ଲୋକେ ଅନେକ ଗାଡ଼ିକୁ ଅଟକାଇବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଣିକୋଇଲି ଓ ଚଣ୍ଡିଖୋଲ ମଧ୍ୟରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ କରିଥିଲା।

ବଡ଼ କଥା ହେଲା ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ଆଗାମୀ ଦିନରେ ମାଟି ଧଶିବାର ସମ୍ଭାବନା ରହିଛି ଏଥିସହ ଦୁର୍ବଳ କାମ ହୋଇଥିଲେ ମାଟି ଦିବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ।

Leave A Reply

Your email address will not be published.