Latest Odisha News

BREAKING NEWS

ଅନୁଭବ ମହାନ୍ତିଙ୍କୁ ମିଳିଲା ଆଶ୍ବସ୍ତି

କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଲା  ଆଶ୍ବସ୍ତି । ଜାରି ଏନବିଡବ୍ଲୁ ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ  ।ଜେଏମଏଫସି ଏମପିଏମଏଲଏ କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିଲା ଏନବିଡବ୍ଲୁ ।

ଚାର୍ଜଫ୍ରେମ୍‌ ପାଇଁ ହାଜର ନହେବାରୁ ଏନବିଡବ୍ଲୁ ଜାରି କରିଥିଲେ କୋର୍ଟ । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏନବିଡବ୍ଲୁ ଜାରି କରାଯାଇଥିଲା। ପୁରୀଘାଟ ଥାନାରେ ରୁଜୁ ମାମଲାରେ ଏନବିଡବ୍ଲୁ ଜାରି ହୋଇଥିଲା। ୨୩ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ଅଭିନେତା ଅନୁଭବ ମହାନ୍ତି । ଏହା ପରେ ହାଇକୋର୍ଟ ଜାମିନ ବିହୀନ ୱାରେଣ୍ଟି ଉପରେ ରୋକ ଲଗାଇଛନ୍ତି।

 

Leave A Reply

Your email address will not be published.