Latest Odisha News

BREAKING NEWS

ପଥର ଖାଦାନରେ ଅଘଟଣ,ଜଣେ ଶ୍ରମିକ ମୃତ

ଯାଜପୁର: ପଥର ଖାଦାନରେ ଅଘଟଣ । ଯାଜପୁର ଧର୍ମଶାଳା ତହସିଲ ଡଙ୍କାରୀ କଳାପଥର ଖାଦାନରେ ଅଘଟଣ ଘଟିଛି । ଏହି ଅଘଟଣରେ ଜଣେ ଶ୍ରମିକ ମୃତ । ଖାଦାନ ଭିତରେ ଆଉ ୩ ଜଣ ଶ୍ରମିକ ଫସି ରହିଥିବା ସୂଚନା ରହିଛି ।

ଚାପି ରହିଥିବା ଆଶଙ୍କାରେ ଉଦ୍ଧାର ପାଇଁ ଉଦ୍ୟମ ଜାରିରହିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ଅଧିକ ତଦନ୍ତ ଆରମ୍ଭ କରିଛି  ।ଘଟଣାସ୍ଥଳରେ ବିଜେପି ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା  ପହଞ୍ଚି ଖାଦାନ ଚଳାଉଥିବା ମାଫିଆ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ପଥର ଖଣି ବେଆଇନ ଭାବେ ଚାଲୁଥିଲା। ତେଣୁ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରା ନ ଗଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସେ ଚେତାବନୀ ଦେଇଛନ୍ତି। ସେପଟେ ତାଙ୍କ ଅଭିଯୋଗ ନେଇ ପ୍ରଶାସନ କିମ୍ବା ଖାଦାନ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ

 

Leave A Reply

Your email address will not be published.