Latest Odisha News

BREAKING NEWS

IPS ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ନୂଆବର୍ଷ ଠିକ୍ ପୂର୍ବରୁ ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂଙ୍କୁ ଡିଆଇଜି ରାଙ୍କକୁ ପଦୋନ୍ନତି ମିଳିବା ସହ ତାଙ୍କୁ ଡିଆଇଜି ସ୍ପେଶାଲ୍ ଆର୍ମଡ ଫୋର୍ସ ଭାବେ ନିଯୁକ୍ତି ମିଳିଛି ।

ସେହିଭଳି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ଡିଆଇଜି ଭାବେ ପଦୋନ୍ନତି ସହ ଅନୁଗୁଳ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଭଦ୍ରକ ଏସପି ଚରଣସିଂହ ମୀନାଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ସହ ଡିଆଇଜି ଅଗ୍ନିଶମ ସେବା ଓ ହୋମଗାର୍ଡ୍ସ ଭାବେ ନିଯୁକ୍ତ କରା ଯାଇଛି ।

ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ୱର ଏସପି ଭାବେ ବଦଳି କରାଯାଇଥିବା ବେଳେ ଯାଜପୁର ଏସପି ରାହୁଲ ପିଆରଙ୍କୁ ଜଗତସିଂହପୁର ଏସପି ଭାବେ ବଦଳି କରା ଯାଇଛି । ଅନୁଗୁଳ ଏସପି ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସପି, ଢେଙ୍କାନାଳ ଏସପି ଏଲ୍. ଦିବ୍ୟଙ୍କୁ ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଛି ।

ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକରଙ୍କ ବଦଳି ସୁନ୍ଦରଗଡ଼ ଏସପି ହୋଇଥିବା ବେଳେ କନ୍ଧମାଳ ଏସପି ଭୀନିତ ଅଗ୍ରୱାଲ ଯାଜପୁର ଏସପି, କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି ଭଦ୍ରକ ଏସପି, ସୁନ୍ଦରଗଡ଼ ଏସପି ସାଗରିକା ନାଥ ବାଲେଶ୍ୱର ଏସପି, ବାଲିଗୁଡ଼ା ଏସଡିପିଓ ଗୁଣ୍ଡଲା ରେଡ୍ଡୀ ନୂଆପଡ଼ା ଏସପି, ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ର କନ୍ଧମାଳ ଏସପି ଭାବେ ବଦଳି ହୋଇଛନ୍ତି । କେସିଙ୍ଗା ଏସଡିପିଓ ଅଭିନବ ସୋଙ୍କାରଙ୍କୁ କୋରାପୁଟ ଏସପି ଏବଂ ଓପିଏସ୍ ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସପି ଭାବେ ବଦଳି କରାଯାଇଛି ।

Leave A Reply

Your email address will not be published.