Latest Odisha News

BREAKING NEWS

ମାରାତ୍ମକ: ପ୍ଲାଷ୍ଟିକ ବ୍ୟାଗରେ ଗ୍ୟାସ କିଣୁଛନ୍ତି ପାକିସ୍ତାନୀ

ଲାହୋର: ରାଜନୈତକ ଅସ୍ଥିରତା, ଆର୍ଥୀକ ମାନ୍ଦାବସ୍ଥା ଓ ଆତଙ୍କବାଦୀ ଆକ୍ରମଣ ଜାଲରେ ଛଟପଟ ହେଉଛନ୍ତି ପାକିସ୍ତାନର ସାଧାରଣ ନାଗରିକ । ପରିସ୍ଥିତି ଏପରି ହୋଇଛି ଯେ, ଗ୍ୟାସ ସିଲିଣ୍ଡର ପାଇବାରେ ଉପଭୋକ୍ତାମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସିଲିଣ୍ଡର ବଦଳରେ ନାଗରିକମାନେ ବଡ ବଡ ପ୍ଲାଷ୍ଟିକ ବ୍ୟାଗରେ ଅବୈଧ ଭାଗରେ ଗ୍ୟାସ କିଣି ଘରକୁ ଆଣୁଛନ୍ତି । ଏହାକୁ ଇଲେକ୍ଟ୍ରିକ ସକସନ ପମ୍ପ ମାଧ୍ୟମରେ ଘରେ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ଏହା ଏକ ମାରାତ୍ମକ ପଦ୍ଧତି ଏଥିରେ ଦୁର୍ଘଟଣା ହେବାର ଅଧିକ ଆଶଙ୍କା ରହିଛି । ପ୍ରଶାସନ ପକ୍ଷରୁ ଏ ନେଇ କଟକଣା ଲଗା ଯାଇଥିଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି । ବର୍ତମାନ ସୁଦ୍ଧା ୧୧ଜଣ ବ୍ୟବସାୟୀ ଏହି ଘଟଣାରେ ଗିରଫ ହୋଇ ସାରିଛନ୍ତି ।

ଗୋଟିଏ ବ୍ୟାଗରେ ୩ରୁ ୪ କେଜି ଗ୍ୟାସ ରହିପାରୁଛି । ଏହାର ପାଖାପାଖି ମୂଲ୍ୟ ୫୦୦ରୁ ୯୦୦ ଟଙ୍କା ହେବ । ଏହାକୁ ନେବା ପାଇଁ ୨ ଲମ୍ବା ଲାଇନରେ ୨ ଘଂଟା ଅପେକ୍ଷା କରିବାକୁ ପଡୁଛି । ରିପୋର୍ଟ ମୁତାବକ ୨୦୦୭ ପରଠାରୁ କରାକ ଅଂଚଳରେ କୌଣସି ଗ୍ୟାସ କନେକ୍ସନ ଦିଆଯାଇ ନାହିଁ । ସମସ୍ତ ପଡୋଶୀ ଦେଶ ସହ ପାକିସ୍ତାନ ସୁସମ୍ପର୍କ ନ ରଖିବା ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରୁଛି ।

Leave A Reply

Your email address will not be published.