Latest Odisha News

BREAKING NEWS

୨୯୦ କେ.ଜି ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଅବକାରୀ ବିଭାଗର ବଡ଼ ସଫଳତା । ନନ୍ଦପୁରର ମାରଡ଼ା କାଜୁ ବଣ ରୁ ୨୯୦ କେ.ଜି ଗଞ୍ଜେଇ ଜବତ ହୋଇଛି  । ଯାହାର ଆନୁମାନିକ ମୂଲ୍ୟ ୨୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ସୂଚନା ଦେଇଛନ୍ତି  ।

ନନ୍ଦପୁର ବ୍ଲକ ମାରଡ଼ା ଅଞ୍ଚଳ ରୁ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ବାର୍ଡ ଗତକାଲି ଭୋରୁ ୨୯୦ କେ.ଜି ଗଞ୍ଜେଇ ଜବତ କରିଛି। ଗଞ୍ଜଇେ ଚୋରା ଚାଲାଣ କରିବା ପାଇଁ ଅପେକ୍ଷା କରୁଥିବା ବେଳେ ଜବତ କରି ଜଙ୍ଗଲ ଭିତରୁ ଜଣଙ୍କୁ  ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହିକିମପୁଟ  ଗ୍ରାମର ଜଗବନ୍ଧୁ ଖେମୁଣ୍ଡୁ । ଏନେଇ ଆଜି କୋରାପୁଟ ଅବକାରୀ ଅଧିକ୍ଷକ ମନୋଜ ସେଠୀ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ ଏକ ବିଶେଷ ସୁଚନା ଅନୁସାରେ ମାରଡ଼ା କାଜୁ ଅଞ୍ଚଳରେ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। କୋରାପୁଟ ଅବକାରୀ ବିଭାଗର ଏକ ଟିମ୍ ଏହି ଘଟଣାର ତଦନ୍ତ କରିବା ପରେ ନନ୍ଦପୁର ବ୍ଲକର ହିକିମପୁଟ ଜଣେ   ବ୍ୟକ୍ତି ଙ୍କୁ ସନ୍ଦେହ ହେବାରୁ ତଦନ୍ତ ଆରମ୍ଭ କରିଥିଲେ। ଏହା ପରେ କାଜୁ ଜଙ୍ଗଲ ରୁ ଗଞ୍ଜେନଇ ବାହାରିଥିଲା ଓ ଜଙ୍ଗଲ ଭିତରୁ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.