Latest Odisha News

ଟ୍ୱିଟରରେ କୋହଲିଙ୍କ ପ୍ରଶଂସକ ସଂଖ୍ୟା ଛୁଇଁଲା ୫ କୋଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ଟ୍ୱିଟରରେ ୫ କୋଟି ଛୁଇଁଛି । ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେହିପରି ଇନଷ୍ଟାଗ୍ରାମରେ ତାଙ୍କ ଫଲୋର୍ସ ସଂଖ୍ୟା ୨୦ କୋଟିରେ ପଂହଚିଛି । ସେ ଟ୍ୱିଟରରେ ୫ମ ସର୍ବାଧିକ ଫଲୋ କରାଯାଉଥିବା ଆଥଲେଟ ହୋଇଛନ୍ତି । ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ୯୫ କୋଟି ଫଲୋର୍ସଙ୍କ ସହ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ଇଂଲଣ୍ଡର ୱେନ ରୁନୀ ଦ୍ୱିତୀୟ ଏବଂ ବାସ୍କେଟବଲ ଖେଳାଳି କେଭିନ ତୃତୀୟ ସ୍ଥାନରେ ରହିଛନ୍ତି । ବ୍ରାଜିଲର ଫୁଟବଲ ଖେଳାଳି ନେମାର ୪ର୍ଥ ସ୍ଥାନ ହାସଲ କରିଛନ୍ତି । କୋହଲିଙ୍କ ପରେ ମହେନ୍ଦ୍ର ସିଂ ଧୋନୀ ଭାରତର ସବୁଠାରୁ ଲୋକପ୍ରିୟ କ୍ରିକେଟର ଭାବେ ପରିଚିତ ।

ଧୋନୀ ଟ୍ୱିଟରରେ ଆକ୍ଟିଭ ନ ଥିବାରୁ ତାଙ୍କ ଆକାଂଉଟରୁ ବ୍ଲୁ ଟିକ ହଟେଇ ଦିଆଯାଇଥିଲା ଏବେ ଏହାକୁ ପୁନର୍ବାର ଲାଗୁ କରାଯାଇଛି । ସେ ତାଙ୍କ ଶେଷ ଟୁଇଟ ୨୦୨୧ରେ କରିଥିଲେ । ସୂଚନାଯୋଗ୍ୟ, ଖରାପ ଫର୍ମରେ ଥିବା କୋହଲି ୧୦୨୦ ଦିନ ପରେ ଏସିଆ କପରେ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ପ୍ରଶଂସକଙ୍କ ଭଲ ପାଇବା ତାଙ୍କ ମନୋବଳ ସର୍ବଦା ବଢ଼ାଉଛି ବୋଲି କୋହଲି କହିଛନ୍ତି ।

Leave A Reply

Your email address will not be published.