Latest Odisha News

BREAKING NEWS

ମୁମ୍ବାଇ ହୁକା ବାର ମାମଲା: ବିଗ ବସ୍ ବିଜେତା ମୁନାୱାର ଫାରୁକି ଅଟକ

ମୁମ୍ବାଇ: ପୁଣି ବିବାଦରେ ‘ବିଗ୍ ବସ୍’ ୧୭ ବିଜେତା ତଥା ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ମୁନାୱାର୍ ଫାରୁକି । ମୁମ୍ବାଇ ହୁକା ବାର୍ ମାମଲାରେ ମୁନାୱାର ଫାରୁକିଙ୍କୁ ଅଟକ ରଖିଛି ପୋଲିସ । ଏହି ମାମଲାରେ ମୁନାୱରଙ୍କୁ ମିଶାଇ ମୋଟ ୧୪ ଜଣଙ୍କୁ ପୋଲିସ ହେପାଜତରେ ପଚରାଉଚରା କରାଯାଇଥିଲା। ପଚରାଉଚରା ପରେ ମୁମ୍ବାଇ ପୋଲିସ ସେମାନଙ୍କୁ ଛାଡି ଦେଇଥିଲା ।

ମୁମ୍ବାଇ ପୋଲିସର କହିବା ଅନୁସାରେ, ଗତକାଲି ମୁମ୍ବାଇ ଫୋର୍ଟ ଅଞ୍ଚଳରେ ଥିବା ଏକ ହୁକା ବାରରେ ଟବାକୋ ସାମଗ୍ରୀରେ ନିକୋଟିନ ମିଶାଇ ଭିନ୍ନ ଉପାୟରେ ସେବନ କରାଯାଉଥିଲା । ଏନେଇ ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ଏ ମାମଲାରେ ‘ବିଗ୍ ବସ୍ ୧୭ ବିଜେତା ମୁନାୱାର ଫାରୁକିଙ୍କ ସହ ୧୩ ଜଣଙ୍କୁ ଅଟକ ରଖାଯାଇଥିଲା । ସେମାନଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା । ପରେ ପଚରାଉଚରା କରାଯିବା ପରେ ସେମାନଙ୍କୁ ଛାଡିଦିଆଯାଇଥିଲା । ପୋଲିସର କହିବା ଅନୁସାରେ, ଯଦିଓ ଏହା ଏକ ଜାମିନଯୋଗ୍ୟ ଅପରାଧ, ତଥାପି ପୋଲିସ ଏକ ନୋଟିସ ଦେଇ ଫାରୁକିଙ୍କୁ ଯିବାକୁ ଦେଇଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

ସୂଚନାଯୋଗ୍ୟ ଯେ, ରିଆଲିଟି ସୋ ବିଗବସର ୧୭ ତମ ସିଜନରେ ମୁନୱାର ଫାରୁକି ବିଜୟୀ ହୋଇଥିଲେ । ପୂର୍ବରୁ ବିଗବସି ଓଟିଟି ବିଜେତା ଏଲଭିସ ଯାଦବ ମଧ୍ୟ ସାପ ବିଷରେ ନିଶା କରୁଥିବା ନେଇ ଅଭିଯୋଗ ହୋଇଥିଲା । ମାମଲାରେ ସେ ଗିରଫ ହୋଇଥିବା ବେଳେ ଏବେ ଜାମିନରେ ଅଛନ୍ତି । ଏହା ପୂର୍ବରୁ ସେ ୨୦୨୧ ମସିହାରେ ହିନ୍ଦୁ ଦେବତାଙ୍କୁ ଅପମାନିତ କରିବା ଅଭିଯୋଗରେ ୧ମାସ ଜେଲରେ ଥିଲେ।

 

Leave A Reply

Your email address will not be published.