Latest Odisha News

BREAKING NEWS

ବିହାର ଜାତି ସର୍ଭେ ମାମଲା: ୬ ଅକ୍ଟୋବରରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କୋର୍ଟ ୬ ଅକ୍ଟୋବରରେ ଶୁଣାଣି ପାଇଁ କହିଛନ୍ତି। ଏହି ମାମଲା ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ସର୍ଭେ ତଥ୍ୟ ଜାରି କରିବାକୁ କୋର୍ଟ କୌଣସି ପ୍ରତିବନ୍ଧକ ଲଗାଇ ନଥିଲେ। ରୋକ ଆଦେଶ ବିସ୍ତୃତ ଶୁଣାଣି ପରେ ଦେବେ ବୋଲି କୋର୍ଟ କହିଛନ୍ତି।

ତେବେ ଏହି ମାମଲାର ଶୁଣାଣି ମଙ୍ଗଳବାର ହେବାର ଥିଲା ଏବଂ ଆବେଦନକାରୀ କୋର୍ଟଙ୍କୁ କହିଛନ୍ତି ଯେ, ବିହାର ସରକାର ଜାତି ସର୍ଭେ ତଥ୍ୟ ଜାରି କରିଛନ୍ତି। ଶୁକ୍ରବାର କୋର୍ଟ ଏହି ମାମଲାର ଶୁଣାଣି କରିବେ। ବିହାରର କାଷ୍ଟ ସର୍ଭେ ରିପୋର୍ଟ ଅନୁଯାୟୀ, ରାଜ୍ୟର ୧୩ କୋଟିରୁ ଅଧିକ ଜନସଂଖ୍ୟା ମଧ୍ୟରୁ ଓବିସି ୨୭.୧୩ ପ୍ରତିଶତ, ଅତ୍ୟଧିକ ପଛୁଆ ବର୍ଗ ୩୬.୦୧ ପ୍ରତିଶତ ଏବଂ ସାଧାରଣ ବର୍ଗ ୧୫.୫୨ ପ୍ରତିଶତ ଅଟେ। ଭୁମିହାରର ଜନସଂଖ୍ୟା ୨.୮୬ ପ୍ରତିଶତ, କୁର୍ମିର ଜନସଂଖ୍ୟା ୨.୮୭ ପ୍ରତିଶତ, ବ୍ରାହ୍ମଣମାନଙ୍କର ଜନସଂଖ୍ୟା ୩.୬୬ ପ୍ରତିଶତ, ରାଜପୁତର ଜନସଂଖ୍ୟା ୩.୪୫ ପ୍ରତିଶତ, ମୁସହରର ଜନସଂଖ୍ୟା ୩ ପ୍ରତିଶତ ଏବଂ ଯାଦବଙ୍କ ସଂଖ୍ୟା ୧୪ ପ୍ରତିଶତ।

ଏହି ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ ହିନ୍ଦୁ ଜନସଂଖ୍ୟା ୮୧.୯୯ ପ୍ରତିଶତ, ମୁସଲମାନ ୧୭.୭୦ ପ୍ରତିଶତ, ଖ୍ରୀଷ୍ଟିଆନ ୦.୦୫ ପ୍ରତିଶତ, ଶିଖ ୦.୦୧୧ ପ୍ରତିଶତ, ଜୈନ ସମ୍ପ୍ରଦାୟ ୦.୦୦୯୬ ପ୍ରତିଶତ, ବୌଦ୍ଧ ୦.୦୮୫୧ ପ୍ରତିଶତ ଏବଂ ଅନ୍ୟ ଧର୍ମର ଜନସଂଖ୍ୟା ୦.୧୨୭୪ ପ୍ରତିଶତ। ଏକାସାଙ୍ଗରେ, ୨୧୪୬ ଲୋକ ଅଛନ୍ତି ଯେଉଁମାନେ କୌଣସି ଧର୍ମକୁ ବିଶ୍ୱାସ କରନ୍ତି ନାହିଁ।

Leave A Reply

Your email address will not be published.