Latest Odisha News

BREAKING NEWS

ପ୍ରକାଶ ପାଇଲା ବିହାର ଜାତିଗତ ଜନଗଣନା ରିପୋର୍ଟ; ଜାଣନ୍ତୁ, କେଉଁ ଜାତିରେ ଅଛନ୍ତି କେତେ ଲୋକ

 ପାଟନା: ବିହାରରେ ହୋଇଥିବା  ଜାତିଗତ ଜନଗଣନା ରିପୋର୍ଟ ସରକାର ଆଜି ଅର୍ଥାତ ଅକ୍ଟୋବର ୨ ତାରିଖ ଜାରି କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ବିବେଶ ସିଂହ ଜାତି ଆଧାରିତ ଗଣନାର ରିପୋର୍ଟ ଜାରି କରିଛନ୍ତି । ଏହାକୁ ନେଇ ବିହାରରେ ଖୁବ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ମାମଲା ହାଇକୋର୍ଟ, ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲାଣି ।

ଏହି ରିପୋର୍ଟ ଅନୁସାରେ, ପଛୁଆ ବର୍ଗ ସଂଖ୍ୟା ୨୭.୧୩ ପ୍ରତିଶତ ରହିଛି । ସେହିପରି ଅତି ପଛୁଆ ବର୍ଗ ୩୬.୦୧% ଏବଂ ସାଧାରଣ ବର୍ଗ ୧୫.୫୨ ପ୍ରତିଶତ ରହିଛନ୍ତି । ବିହାରର ମୋଟ ଜନସଂଖ୍ୟା ୧୩ କୋଟିରୁ ଅଧିକ ଅଟେ ।

ବିବେକ ସିଂହ କହିଛନ୍ତି, ୨୦୨୨ରେ ସର୍ବଦଳୀୟ ବୈଠକରେ ଜାତି ଆଧାରିତ ଜନଗଣନା ପାଇଁ ସହମତି ପ୍ରକାଶ ପାଇଥିଲା । ୨୦୨୩ ସୁଦ୍ଧା ଏହି ଗଣନା ୨ଟି ପର୍ଯ୍ୟାୟରେ ସାରିବା ପାଇଁ କୁହାଯାଇଥିଲା ।

ଏହି ଗଣନା ଅନୁସାରେ, ରଜ୍ୟରେ ମୋଟ ଜନସଂଖ୍ୟା ୧୩ କୋଟି ୭ ଲକ୍ଷ  ୨୫ ହଜାର ୩୧୦ । ଏଥିରୁ ବିହାର ବାହାରୁ ଆସି ରହୁଥିବା ଲୋକଙ୍କ ସଂଖ୍ୟା ୫୩ ଲକ୍ଷ ୭୨ ହଜାର ୨୨। ବିହାରର ବାସିନ୍ଦାଙ୍କ ସଂଖ୍ୟା ୧୨ କୋଟି ୫୩ ଲକ୍ଷ ୨୮୮ ।

ଏଥିରେ ପୁରୁଷଙ୍କ ସଂଖ୍ୟା ୬ କୋଟି ୪୧ ଲକ୍ଷ ୩୧ ହଜାର ୯୯୦ ଏବଂ ମହିଳାଙ୍କ ସଂଖ୍ୟା ୬ କୋଟି  ୧୧ ଲକ୍ଷ ୩୮ ହଜାର ୪୬୦ । ଗଣନା ଅନୁସାରେ, ୧୦୦୦ ପୁରୁଷରେ ୯୫୩ ମହିଳା ଅଛନ୍ତି । ବିହାରରେ ଅଛନ୍ତି ୨ କୋଟି ୮୩ ଲକ୍ଷ ୧୦୭ ପରିବାର ।

ଜାତିଗତ ଗଣନା ଅନୁସାରେ, ବିହାରରେ ସବୁଠାରୁ ଅଧିକ ହିନ୍ଦୁ ଅଛନ୍ତି । ଏମାନଙ୍କ ସଂଖ୍ୟା ୧୦ କୋଟି ୭୧ ଲକ୍ଷ ୯୨ ହଜାର ୯୫୮ । ବିହାରରେ ମୁସଲମାନଙ୍କ ସଂଖ୍ୟା ୨ କୋଟି ୩୧ ଲକ୍ଷ ୪୯ ହଜାର ୯୨୫ । ଇସାଇଙ୍କ ସଂଖ୍ୟା ୭୫, ୨୩୮ ଏବଂ ଶିଖଙ୍କ ସଂଖ୍ୟା ୧୪, ୭୫୩, ବୌଦ୍ଧଙ୍କ ସଂଖ୍ୟା ୧,୧୧,୨୦୧ ଏବଂ ଜୈନଙ୍କ ସଂଖ୍ୟା ୧୨,୫୨୩ ।

ଅନ୍ୟପକ୍ଷେ, ଭୂମିହାରଙ୍କ ଜନସଂଖ୍ୟା ମୋଟ ଜନସଂଖ୍ୟାର  ୨.୮୬ ପ୍ରତିଶତ, ବ୍ରାହ୍ମଣଙ୍କ ସଂଖ୍ୟା  ୩.୬୬ ପ୍ରତିଶତ,  କୁର୍ମୀ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ୨.୮୭ ପ୍ରତିଶତ, ମୁସହର ସଂପ୍ରଦାୟ ଲୋକଙ୍କର ଜନସଂଖ୍ୟା ୩ ପ୍ରତିଶତ । ସେପେଟ ଯାଦବଙ୍କ ଜନସଂଖା ୧୪ ପ୍ରତିଶତ ଓ ରାଜପୁପଙ୍କ ସଂଖ୍ୟା ୩.୪୫ ପ୍ରତିଶତ ଅଟେ ।

Leave A Reply

Your email address will not be published.