Latest Odisha News

BREAKING NEWS

ତାଲା ଭାଙ୍ଗି ଲୁଟି ନେଲେ ୭ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନାଗହଣା, ଭିଡିଓ ଭାଇରାଲ

ସମ୍ବଲପୁର: ସମ୍ବଲପୁର ଆନନ୍ଦ ବିହାରରେ ବଡ ଧରଣର ଅଘଟଣ । ଏକ କ୍ବାଟରର ତାଲା ଭାଙ୍ଗି ଚୋର ମାନେ ଲୁଟି ନେଇଛନ୍ତି ୭ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଗହଣା । ଯାହାର ଭିଡିଓ ଭାଇରାଲ ହୋଇଛି  । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ୩ଜଣ ବ୍ୟକ୍ତି ଆସି କ୍ବାଟରର ତାଲା ଭାଙ୍ଗି ସୁନାଗହଣା ଲୁଟି ନେଇଛନ୍ତି । ଏମାନେ ସମସ୍ତେ ଏମସିଏଲ ର ଟି-ସାର୍ଟ ପିନ୍ଧିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଦୁଇ ଦିନ ତଳେ ୩ ଜଣ ଦୁର୍ବୁତ୍ତ ଆନନ୍ଦ ବିହାରରେ ଥିବା ଏକ କ୍ବାଟରକୁ ୩ଜଣ ଦୁର୍ବୁତ୍ତ ଆସି ତାଲା ଭାଙ୍ଗି ୭ ଲକ୍ଷରୁ ଅଧିକ ମୂଲ୍ୟର ସୁନାଗହଣା ଏବଂ କିଛି ମୂଲ୍ୟବାନ ପଥର ଲୁଟି ନେଇଛନ୍ତି । ପୋଲିସ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି  । ଚୋରି ସୁନାଗହଣା ମଧ୍ୟରେ ୩ଟି ଚେନ୍ , ୪ଟି ବ୍ରେସଲେଟ୍, ୮ଟି ମୁଦି, ୩ଟି କାନଫୁଲ , ୪ ଟି ହାର ଆଦି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.