CM Nitish Kumar Files Nomination: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିହାର ମୁଖ୍ୟମନ୍ତ୍ରୀ, ସାଥିରେ ଥିଲେ ଅମିତ ଶାହଙ୍କ ସହ ଅନ୍ୟ ପ୍ରମୁଖ ବ୍ୟକ୍ତି
ପାଟନା: ବିହାରର ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସେ ବିଧାନସଭାରେ ତାଙ୍କର ନାମାଙ୍କନ ଦାଖଲ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଏହା ସହିତ ପୁଣି ଥରେ କେନ୍ଦ୍ର ରାଜନୀତିକୁ ଫେରିବାକୁ ଯାଉଛନ୍ତି ନୀତିଶ। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ରାଜ୍ୟସଭାରେ ପ୍ରବେଶ ବିହାରରେ ନୂତନ ସରକାର ଘୋଷଣା କରିବ। ମୁଖ୍ୟମନ୍ତ୍ରୀଙ୍କଠାରୁ କ୍ୟାବିନେଟ ପର୍ଯ୍ୟନ୍ତ ଏକ ବଡ଼ ଅଦଳବଦଳ ହେବ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭାକୁ ଯିବା ନେଇ ଏବେ ସରଗରମ ହୋଇଛି ବିଆହର ରାଜନୀତି। ନୀତିଶଙ୍କ ଏହି ନିଷ୍ପତ୍ତି JDU କର୍ମୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି। ଦଳ ବ୍ୟତୀତ, RJD ମଧ୍ୟ ନୀତିଶ କୁମାର ଏବଂ ବିଜେପିକୁ କଡ଼ା ଟାର୍ଗେଟ କରୁଛି। ଆରଜେଡି ନେତା ଶକ୍ତି ସିଂହ ଯାଦବ କହିଛନ୍ତି ଯେ ୨୦୨ ଆସନ ଜିତି କ୍ଷମତାକୁ ଆସିଥିବା ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟସଭା ପଠାଯାଉଛି। ଏବେ ନୀତିଶ କୁମାରଙ୍କ ପୁଅକୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରଲୋଭିତ କରାଯାଉଛି।
ଅନ୍ୟପଟେ ସରକାରଙ୍କୁ ଘେରିଛି ଆଜେଡି। ବିରୋଧୀ ଦଳ ନେତା ତଥା RJD ନେତା ତେଜସ୍ୱୀ ଯାଦବ ନୀତିଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ପଦ ଛାଡି ରାଜ୍ୟସଭାରେ ପ୍ରବେଶ ଘୋଷଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ତେଜସ୍ୱୀ ଯାଦବ କହିଛନ୍ତି, “ଆମେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବା ବିଷୟରେ କଥା ହୋଇଥିଲୁ। ଯଦି ଆମେ ସେଠାରେ ରହିଥାନ୍ତୁ, ତେବେ ଆମକୁ ଏହି ଦିନ ଦେଖିବାକୁ ପଡ଼ି ନଥାନ୍ତା।”ତେଜସ୍ୱୀ ଯାଦବ କହିଛନ୍ତି, “NDA ବିହାର ନିର୍ବାଚନରେ ନୀତିଶ ପୁଣି ଥରେ’ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିଲା। ବିଜେପି ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଜାଣନ୍ତି ଯେ ଛଳନା, ଷଡ଼ଯନ୍ତ୍ର ଏବଂ ସମଗ୍ର ବ୍ୟବସ୍ଥାର ଅପବ୍ୟବହାର ମାଧ୍ୟମରେ ନିର୍ବାଚନ କିପରି ଲଢ଼ାଯାଇଥିଲା। ସେତେବେଳେ ମଧ୍ୟ, ଆମେ କହିଥିଲୁ ଯେ ବିଜେପି ନୀତିଶ କୁମାରଙ୍କୁ ହାଇଜାକ୍ କରିଛି ଏବଂ ସେମାନେ ତାଙ୍କୁ ପୁଣି ସେହି ଚୌକିରେ ବସିବାକୁ ଦେବେ ନାହିଁ। ଆମେ କହିଥିଲୁ ଯେ ସେ ଛଅ ମାସରୁ ଅଧିକ ସମୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚୌକିରେ ରହିବେ ନାହିଁ।”ବିଜେପି ଯାହା ସହିତ ମେଣ୍ଟ କରେ ତାକୁ ନଷ୍ଟ କରିବାର ଇତିହାସ ରହିଛି ବୋଲି ତେଜସ୍ୱୀ କହିଛନ୍ତି। ବିଜେପି ଏକ ଓବିସି ବିରୋଧୀ, ଦଳିତ ବିରୋଧୀ ଏବଂ ଆଦିବାସୀ ବିରୋଧୀ ଦଳ। ସେମାନେ ବିହାରରେ ଏପରି ଜଣେ ନେତା ଚାହାଁନ୍ତି ନାହିଁ ଯିଏ ଓବିସି କିମ୍ବା ଦଳିତଙ୍କ ପାଇଁ କଥା କହୁଛନ୍ତି; ସେମାନେ କେବଳ ଜଣେ ‘ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ’ ଚାହାଁନ୍ତି। କ୍ଷମତାର ଏହି ପରିବର୍ତ୍ତନ ଜନ ଭାବନା ବିରୁଦ୍ଧରେ ବୋଲି କହି ସମାଲୋଚନା କରିଛନ୍ତି ତେଜସ୍ୱୀ।