Latest Odisha News

BREAKING NEWS

ସୁଶାନ୍ତ ସିଂ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ ! ସୁପାରିଶ କଲେ ବିହାର ସରକାର

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି । ତାଙ୍କ ମୃତ୍ୟୁ ଉପରୁ ଏବେବି ପରଦା ହଟୁନି । ତେବେ ଏହି ମାମଲାରେ ଆସିଛି ଆଉ ଏକ ନୂଆମୋଡ । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାର ସୁପାରିଶ କରିଛନ୍ତି ।

ସୁୁଶାନ୍ତ ସିଂଙ୍କ ବାପା କେକେ ସିଂ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଥିଲେ । ସେ ତାଙ୍କୁ ଭେଟି ତାଙ୍କ ପୁଅ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ ତଦନ୍ତ ଭାର ସିବିଆଇକୁ ଦେବାକୁ ସୁପାରିଶ କରିଥିଲେ । ଆଜି ସନ୍ଧ୍ୟା ସୁଦ୍ଧା ଏନେଇ ରହିଥିବା ସମସ୍ତ କାଗଜପତ୍ର କାମ ଶେଷ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ।

ସେପଟେ ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ବିବାଦ ବଢ଼ିବାରେ ଲାଗିଛି । ବିହାର ପୋଲିସ ଲଗାତାର ଯାଞ୍ଚରେ ମୁମ୍ବାଇ ପୋଲିସ ସାହାଯ୍ୟ କରୁନଥିବା ଅଭିଯୋଗ କରିଛି । ଗତକାଲି ଏହି ମାମଲାର ଯାଞ୍ଚ ପାଇଁ ମୁମ୍ବାଇକୁ ଆସିଥିବା ପାଟନା ଏସପି ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ କ୍ଵାରେଣ୍ଟାଇନ କରାଯାଇଛି । ଏସପିଙ୍କୁ କ୍ଵାରେଣ୍ଟାଇନ କରାଯିବ ପରେ ବିବାଦ ଆହୁରି ବଢିଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ମାମଲାରେ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ବିହାର ପୋଲିସ ଦାୟିତ୍ୱର ସହ କାମ କରୁଛି । ଏହିଭଳି ସ୍ଥିତିରେ ଏସପିଙ୍କୁ କ୍ଵାରେଣ୍ଟାଇନ କରିବା ଠିକ ନୁହେଁ ।

Leave A Reply

Your email address will not be published.