Latest Odisha News

ଓମିକ୍ରନ୍‌ ଭୟ;୧୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପାଟନା: ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୮ ଟି ନୂଆ କୋଭିଡ-୧୯ ମାମଲା ରିପୋର୍ଟ ହୋଇଛି। ଯେଉଁଥିରେ ପାଟନାରେ ୧୦୫ ଟି ମାମଲା ରହିଛି। ଅଧିକ ସଂକ୍ରାମକ ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ମଧ୍ୟରେ ଦେଶରେ ମାମଲା ବୃଦ୍ଧି ପାଇବାରେ ଲାଗିଛି।

ପାଟନାରେ କୋଭିଡ-୧୯ ମାମଲା ୭୫% ବୃଦ୍ଧି ହୋଇଥିବା ରିପୋର୍ଟ ହୋଇଛି। ଓମିକ୍ରନ୍ ଭାରିଆଣ୍ଟର ପ୍ରଥମ ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଠାରେ ୨୫ ବର୍ଷ ବୟସ୍କା ଯୁବକ ସଂକ୍ରମିତ ହୋଇଥିବା ଜଣାପଡିଛି।

ଏହାପୂର୍ବରୁ ବିହାରରେ କୋଭିଡ-୧୯ର ତୃତୀୟ ତରଙ୍ଗ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ସରକାରୀ ଘୋଷଣା କରିଛନ୍ତି।

ରାଜ୍ୟ କୋଭିଡ-୧୯ ଟିକାକରଣର ୧୦ କୋଟି ଅତିକ୍ରମ କରିଛି ବୋଲି ବିହାର ସରକାର ପୂର୍ବରୁ ସୂଚନା ଦେଇଥିଲେ।

Leave A Reply

Your email address will not be published.