Latest Odisha News

BREAKING NEWS

ରାଜ୍ୟରେ ୩୪୫୩ କେନ୍ଦ୍ରରେ ଚାଲିଛି ଟିକାକରଣ : ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ଟିକାକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ୩୪୫୩ କେନ୍ଦ୍ରରେ ଚାଲିଛି ଟିକାକରଣ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ୧୧୯୧ କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଚାଲିଛି । ହେଲଥ କେୟାର ୱାର୍କର ଫ୍ରଣ୍ଟ ଲାଇନ ୱାର୍କର ଏବଂ ୬୦ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତି ମାନଙ୍କୁ ଟିକାକରଣ କରାଯିବ ।

ସେମାନଙ୍କୁ ପ୍ରିକ୍ୱେସନ ଡୋଜ୍ ଦିଆଯିବା ଯାହାକି ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ । ଯେଉଁମାନେ ଉଭୟ ଡୋଜ ନେଇଛନ୍ତି ସେମାନଙ୍କୁ ଦିଆଯିବ  ଏବଂ ସେକେଣ୍ଡ ଡୋଜର ୯ ମାସ ପରେ ୩୯ ସପ୍ତାହ ପରେ ସେମାନଙ୍କୁ ପ୍ରିକ୍ଵେସନ୍ ଡୋଜ ଦିଆଯିବ । ଯେଉଁ ବ୍ୟକ୍ତିମାନେ ଯେଉଁଟିକା ନେଇଛନ୍ତି ସେମାନଙ୍କୁ ସେହି ଟିକା ପ୍ରିକୋସନ ଡୋଜ ହିସାବରେ ଦିଆଯିବ । ଯେଉଁମାନେ କୋଭିସିଲ୍ଡ ନେଇଛନ୍ତି  ସେମାନଙ୍କୁ କୋଭିସିଲ୍ଡ ଏବଂ ଯେଉଁମାନେ କୋଭାକ୍ସିନ ନେଇଛନ୍ତି ସେମାନଙ୍କୁ କୋଭାକ୍ସିନ ଦିଆଯିବ ।

ଯେଉଁମାନେ କୋଭିଡ କେୟାରରେ ଅଛନ୍ତି ସେମାନଙ୍କ ଅଗ୍ରାଧିକାର ଭିତରେ ଦିଆଯିବ । ସମସ୍ତଙ୍କ ଟିକାକରଣ କରାଯିବ । ଟିକାକରଣ କେନ୍ଦ୍ରକୁ ଆସିଲା ପରେ ସେମାନଙ୍କ ମୋବାଇଲ ନମ୍ବର କହିବେ ସେଥିରେ ମୋବାଇଲ ନମ୍ବର ଏଣ୍ଟ୍ରି କଲେ ସେମାନଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

Leave A Reply

Your email address will not be published.