Latest Odisha News

BREAKING NEWS

[ଭିଡ଼ିଓ]ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବିରେ ଡ଼ଗରାସାହି ଲେବୁଲ କ୍ରସିଂରେ ଧାରଣା

ଭଦ୍ରକ: ଭଦ୍ରକ ରେଲୱେ ଷ୍ଟେସନ ନିକଟରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ଦାବିରେ ଧାରଣା ଦିଆଯାଇଛି । ଚରମ୍ପା ଡ଼ଗରାସାହିରେ ରେଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବି ଜୋର ଧରିଛି । ପୂର୍ବତନ ବିଧାୟକ ନରେନ୍ ପଲାଇଙ୍କ ନେତୃତ୍ୱରେ ସ୍ଥାନୀୟବାସିନ୍ଦା ଲେବଲ କ୍ରସିଂରେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି । ଏଥିପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭଦ୍ରକ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନଗୁଡ଼ିକ ଅଟକି ରହିଛି ।

ସୂଚନା ଅନୁସାରେ, ଡ଼ଗରାସାହିରେ ଗୋଟିଏ ଓଭରବ୍ରିଜ୍ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୦ମସିହାରେ ୭୪କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ହେଲେ କାର୍ଯ୍ୟ ବିଳମ୍ବ ହେଉଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ । ବହୁ ସମୟରେ ରେଳ ଫାଟକ ପଡ଼ି ରହିବାରୁ ସ୍ଥାନୀୟ ଲୋକେ ହଇରାଣ ହୋଇଥାନ୍ତି ।

ଘଟଣା ସ୍ଥଳରେ ରେଳବାଇ ପୋଲିସ, ବହୁ ପଦାଧିକାରୀ ପହଞ୍ଚି ଧାରଣାରତ ଲୋକମାନଙ୍କୁ ବୁଝାସୁଝା କରିଛନ୍ତି । ଯଦି ଆଗାମୀ ଦିନରେ ଦାବି ପୂରଣ ନହେଲେ ପ୍ରତ୍ୟେକ ମାସ ୭ତାରିଖ ଦିନ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.