Latest Odisha News

BREAKING NEWS

ବେଙ୍ଗାଲୁରୁ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୧୩୫ ରନର ଟାର୍ଗେଟ୍ ଦେଲା ଭାରତ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା ଦଳ ଟି-୨୦ ମ୍ୟାଚରେ ଭାରତକୁ ସ୍ୱଳ୍ପ ରନ ସ୍କୋର କରିବାକୁ ବାଧ୍ୟ କରିଛି । ଆଫ୍ରିକୀୟ ବୋଲର୍ ଓ ଫିଲ୍ଡରଙ୍କ ଚମତ୍କାର ଫିଲ୍ଡିଂ ସାଙ୍ଗକୁ ମାପଚୁପ ବୋଲିଂ ପ୍ରଦର୍ଶନ ଭାରକୁ ଏକ ବିଶାଳ ସ୍କୋର କରିବାରେ ରୋକିବାକୁ ସକ୍ଷମ ହୋଇଛି । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ କରିଛି ୧୩୪ ରନ ।

ଭାରତ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୩୬ ରନ କରିଥିବା ବେଳେ ରିଷଭ ପନ୍ଥ ୧୯, ହାର୍ଦ୍ଧିକ ପାଣ୍ଡ୍ୟା ୧୪ ଏବଂ ରବୀନ୍ଦ୍ର ଜାଡ଼େଜା ୧୯ ରନ କରିପାରିଥିଲେ ।

ଦକ୍ଷିଣ ଆଫ୍ରିକା ବୋଲର୍ ରାବାଡ଼ା ୩ଟି, ଫୋରଟୁଇନ ଓ ହେଣ୍ଡ୍ରିକ୍ସ ୨ଟି କରି ୱିକେଟ ହାସଲ କରିଛନ୍ତି ।

Comments are closed.