Latest Odisha News

BREAKING NEWS

ଦଳର ୬ ହେବିଓ୍ୱେଟଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲା ବିଜୁ ଜନତା ଦଳ

ଭୁବନେଶ୍ୱର: ୨୦୨୪ରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ। ଏଥିପାଇଁ ଜାତୀୟ ସ୍ତରରେ ରଣନୀତି ଆରମ୍ଭ ହୋଇଯାଇଥିବା ବେଳେ ଓଡ଼ିଶାର ବିଜୁ ଜନତା ଦଳ ମଧ୍ୟ ରଣନୀତି ଆରମ୍ଭ କରିଥିବା ସୂଚନା ରହିଛି। ଗଡ ମଜବୁତ କରିବା ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ବିଜେଡି ଆଜି ୬ ଜଣ ବରିଷ୍ଠ ନେତାଙ୍କୁ ୩୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ପୁରୀର ପୂର୍ବତନ ବିଧାୟକଙ୍କୁ ଛାଡି ଦେଲେ ଅନ୍ୟ ୫ ନେତାଙ୍କ ଉପରେ ୪ରୁ ୬ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ଦଳର ସାଙ୍ଗଠନିକ ସମ୍ପାଦକ ତଥା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ପ୍ରଣବ ପ୍ରକାଶ ଦାସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।

ନିରଞ୍ଜନ ପୂଜାରୀଙ୍କୁ ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡର ଦାୟିତ୍ୱ ଦେଇଛି। ସେହିପରି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଦାୟିତ୍ୱ ଦେଇଛି। ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତି ଦାୟିତ୍ୱ ଦିଆଯାଇଛି।

ବିଜେଡିର ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଦାୟିତ୍ୱ ମିଳିଥିବା ବେଳେ ପୁରୀ ନେତା ମହେଶ୍ୱର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଦାୟିତ୍ୱ ମିଳିଛି। ସେହିପରି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଦେଓଗଡ, ଅନୁଗୋଳ ଏବଂ ଢେଙ୍କାନାଳ ଦାୟିତ୍ୱ ଦିଆଯାଇଛି।଼

ଗୁରୁତ୍ୱପୂର୍ଣ୍ଣ କଥା ହେଲା କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କେନ୍ଦ୍ରାପଡାର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ଏହି ସମୟରେ ଅତନୁ ସବ୍ୟସାଚୀଙ୍କ ସହିତ ତାଙ୍କର କନ୍ଦଳ ରହିଥିବା ଜଣାପଡିଥିଲା। ଏବେ କିନ୍ତୁ ତାଙ୍କୁ କେନ୍ଦ୍ରାପଡା ଦାୟିତ୍ୱରୁ ହଟାଇ ଦିଆଯାଇଛି। ମନ୍ତ୍ରୀ ପଦ ଯିବାପରେ ପ୍ରତାପ ଜେନା ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହୁଏ। ତେଣୁ ଏବେ ପ୍ରତାପଙ୍କୁ ୭ଟି ଜିିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରି ଦଳ ସଂପୃକ୍ତ ନେତାଙ୍କ ଉପରେ ଅନେକ ଭରସା ରଖିଛି ବୋଲି ବାର୍ତ୍ତା ଦେବାକୁ ପ୍ରୟାସ କରିଛି।

Leave A Reply

Your email address will not be published.